ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟରେ ଥମିବାରେ ନାଁ ଧରୁନି କିଲର ଭାଇରସ କରୋନା। ଆଜି ଆଉ ଦୁଇ ଜଣ କାରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ଦୁଇ ଜଣ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି। ଜିଲ୍ଲାରେ ଆଜି ପ୍ରଥମ ଥର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟରୁ ଏହାର ସୂଚନା ମିଳିଛି। ଏଥିସହିତ ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୫୯କୁ ବୃଦ୍ଧି ପାଇଛି। ଗଞ୍ଜାମ ଜିଲ୍ଲାରେ ଦୁଇ ଜଣ କରୋନା ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ଜଣାଯାଇଛି । ଏମାନଙ୍କ ବୟସ ୧୭ ଓ ୨୨ ବର୍ଷ । ଦୁଇ ଜଣଙ୍କ ନିକଟରେ କୌଣସି ଲକ୍ଷଣ ନଥିଲା । କିନ୍ତୁ ସାମ୍ପଲ ପରୀକ୍ଷା ପରେ ପଜିଟିଭ୍ ବାହାରିଛି ।
Prev Post