Below header

ଧରାପଡ଼ିଲା ପାକ୍‌ର ଚାଲ୍‌, ଖୁଲମ୍‌ଖୁଲା ବୁଲିବାକୁ ଆତଙ୍କବାଦୀକୁ ମିଳିଛି ଗୁଇନ୍ଦା ବିଭାଗର ପରିଚୟ ପତ୍ର

ଧରାପଡ଼ିଲା ପାକିସ୍ତାନର କୁତ୍ସିତ ଚାଲ୍‌। ଭାରତୀୟ ସୁରକ୍ଷା ଏଜେନ୍ସି ହାତରେ ଲାଗିଛି ପାକିସ୍ତାନର ବଡ଼ ଯୋଜନା। ଏହି ବଡ଼ ପ୍ରମାଣ ମିଳିବା ପରେ ପାକିସ୍ତାନର କଳା କାରନାମା ସାମ୍ନାକୁ ଆସିଛି। ଭାରତୀୟ ସୁରକ୍ଷା ଏଜେନ୍ସି ଏକ ନୂଆ ଦସ୍ତାବିଜ୍‌ ପାଇଛି। ଏହି କାଗଜ ପାକିସ୍ତାନର ଇଣ୍ଟର ସର୍ଭିସେଜ୍‌ ଇଣ୍ଟେଲିଜେନ୍ସ ସହ ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ୍‌ର ମୁଖ୍ୟ ସଲାହୁଦ୍ଦିନ୍‌ର ସମ୍ପର୍କ ବିଷୟରେ ଖୁଲାସା କରିଛି। ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଓ ଆତଙ୍କବାଦୀଙ୍କ ମଧ୍ୟରେ ସମ୍ପର୍କ ଥିବା ନେଇ ପୂର୍ବରୁ ପାକିସ୍ତାନ ମନା କରୁଥିବା ବେଳେ ଏବେ ଏହି ତଥ୍ୟ ପାକ୍‌ ମିଛ କହୁଥିବାର ପ୍ରମାଣ ଦେଇଛି।

ଅକ୍ଟୋବରରେ ଫାଇନାନ୍ସିଆଲ ଆକ୍ସନ୍‌ ଟାସ୍କ ଫୋର୍ସ(ଏଫ୍‌ଏଟିଏଫ୍‌)ର ବୈଠକ ହେବାକୁ ଥିବା ବେଳେ ଏବେ ଏହି ଦସ୍ତାବିଜ୍‌ ସାମ୍ନାକୁ ଆସିଛି। ଏଣୁ ଏଫ୍‌ଏଟିଏଫ୍‌ରେ ପାକିସ୍ତାନ ଉପରେ ଅଧିକ ଚାପ ପଡ଼ିପାରେ ବୋଲି ଆଶା କରାଯାଉଛି। ଭାରତୀୟ ଏଜେନ୍ସି ହାତରେ ଲାଗିଥିବା ଦସ୍ତାବିଜ୍‌ରେ ହିଜବୁଲ ମୁଜାହିଦ୍ଦିନ୍‌ର ମୁଖ୍ୟ ସୟଦ ସଲାହୁଦ୍ଦିନ୍‌ଙ୍କୁ ତାଙ୍କ ଗୁଇନ୍ଦା ଏଜେନ୍ସି ଆଇଏସ୍‌ଆଇର ଅଧିକାରୀ ବୋଲି ଦର୍ଶାଯାଇଛି। ପାକିସ୍ତାନର ବିନା ରୋକ୍‌ଠୋକରେ ବୁଲିବା ପାଇଁ ଅନୁମତି ଦେବାକୁ ଏହି କାଗଜ ତିଆରି କରାଯାଇଛି।

pak

ସୂଚନାଯୋଗ୍ୟ ଯେ ସୟଦ ସଲାହୁଦ୍ଦିନ୍‌, ହିଜବୁଲ ବୁଜାହିଦ୍ଦିନ୍‌ର ମୁଖ୍ୟ ହେବା ସହ ସେ ସଂଯୁକ୍ତ ଜିହାଦ ପରିଷଦ(ୟୁଜେସି)ର ମଧ୍ୟ ମୁଖ୍ୟ ଭାବେ କାର୍ଯ୍ୟ କରୁଛି। ତେବେ ଜଣେ ଆତଙ୍କବାଦୀକୁ ଗୁଇନ୍ଦା ଅଧିକାରୀର ଆଇ କାର୍ଡ ଦେବା ଘଟଣା ପାକିସ୍ତାନ୍‌ର ଆତଙ୍କବାଦୀଙ୍କ ସହ ସମ୍ପର୍କକୁ ସାମ୍ନାକୁ ଆଣିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.