Below header

ପୋଷ୍ଟ ଅଫିସରେ ସେଭିଙ୍ଗ ଆକାଉଣ୍ଟ ଅଛି କି ତାହେଲେ ଜାଣି ନିଅନ୍ତୁ ଏହିସବୁ ନିୟମ, ନଚେତ ଦେବାକୁ ପଡିବ ଜରିମାନା

ଡାକ ବିଭାଗ ଏହାର ସଞ୍ଚୟ ଆକାଉଣ୍ଟ ସହ ଜଡିତ ନିୟମରେ କିଛି ପରିବର୍ତ୍ତନ କରିଛି । ବର୍ତ୍ତମାନ ଯଦି ଆପଣ ନିଜର ଆକାଉଣ୍ଟରେ ଜିରୋ ବାଲାନ୍ସ ରଖୁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ପେନାଲ୍ଟି ଦେବାକୁ ପଡିବ । ଡାକ ବିଭାଗ ଡାକ ଘରେ ଥିବା ସଞ୍ଚୟ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ସୀମାକୁ 50 ରୁ 500 ଟଙ୍କାକୁ ବୃଦ୍ଧି କରିଛି । ଯଦି ଆକାଉଣ୍ଟରେ 500 ଟଙ୍କାରୁ କମ୍ ଥାଏ, ତେବେ ପ୍ରତ୍ୟେକ ଆର୍ଥିକ ବର୍ଷ ଶେଷରେ, 100 ଟଙ୍କା ପେନାଲ୍ଟି ଲାଗିବ ଯାହା ଆକାଉଣ୍ଟରୁ ଆପେ ଆପେ କଟିଯିବ ଏବଂ ଯଦି ଆପଣ ପେନାଲ୍ଟି କାଟୁ କାଟୁ ଆକାଉଣ୍ଟ ଜିରୋ ହୋଇଯାଏ ତେବେ ଆକାଉଣ୍ଟ ସ୍ୱୟଂଚାଳିତ ଭାବେ ବନ୍ଦ ହୋଇଯିବ । ଯଦି ଆପଣ ଡାକଘରେ ଚେକ୍ ସୁବିଧା ନଥିବା ଏକ ଆକାଉଣ୍ଟ ଖୋଲିଛନ୍ତି । ତେବେ ଏଥିରେ ସର୍ବନିମ୍ନ 50 ଟଙ୍କା ବାଲାନ୍ସ ରଖିବା ଆବଶ୍ୟକ । ଏହି ଆକାଉଣ୍ଟରେ ଜିରୋ ବାଲାନ୍ସ ମଧ୍ୟ ରଖାଯାଇପାରିବ ନାହିଁ ।

2012 ଆର୍ଥିକ ବର୍ଷରୁ ଡାକଘରେ ଖୋଲାଯାଇଥିବା ସେଭିଂ ଆକାଉଣ୍ଟ ଯଦି ସୁଧ ହିସାବରେ ବର୍ଷକୁ 10 ହଜାର ଟଙ୍କା ହୁଏ ତେବେ ଏହା ଉପରେ ଟ୍ୟାକ୍ସ ଲାଗିବ ନାହିଁ । 10 ବର୍ଷ କିମ୍ବା ତାଠାରୁ ଅଧିକ ବୟସର ପିଲାମାନେ ମଧ୍ୟ ଡାକଘରେ ଏକ ଆକାଉଣ୍ଟ ଖୋଲିପାରିବେ ।

ଆଧାର ସମ୍ବନ୍ଧରେ ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତି ଅନୁଯାୟୀ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆଧାର ନମ୍ବର ସହିତ ଯୋଡିବା ଜରୁରୀ ନୁହେଁ ବରଂ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ପେନ୍‌ସନ୍‌, ଏଲପିଜି ସବସିଡି ଇତ୍ୟାଦି ସରକାରୀ ସବସିଡିର ଲାଭ ଉଠାଇବା ପାଇଁ ଆକାଉଣ୍ଟରେ ଆଧାର ଲିଙ୍କ କରାଇବା ଜରୁରୀ । ନିକଟରେ ଡାକ ବିଭାଗ ଏ ସମ୍ପର୍କୀୟ ଏକ ନିର୍ଦ୍ଦେଶନାମା ଜାରି କରିଛି, ଯାହା ଅନୁଯାୟୀ ଯେଉଁମାନେ ଡାକ ବିଭାଗର ସଞ୍ଚୟ ଆକାଉଣ୍ଟରେ ସରକାରଙ୍କ ଡାଇରେକ୍ଟ ଟ୍ରାନ୍ସ୍ଫର ଲାଭ ପାଇବାକୁ ଚାହୁଁଛନ୍ତି ସେମାନଙ୍କୁ ନିଜ ଆକାଉଣ୍ଟରେ ଆଧାର ଲିଙ୍କ କରିବାକୁ ପଡିବ। ଆଧାରକୁ ଲିଙ୍କ୍ କରିବା ପାଇଁ, ଖାତା ଖୋଲିବା ଆପ୍ଲିକେସନରେ ହିଁ ଅପ୍ସନ ଦିଆଯାଇଥାଏ । ଆପ୍ଲିକେସନ ଫର ଲିଙ୍କିଙ୍ଗ ସେଣ୍ଡିଙ୍ଗ ଏବଂ ରିସିଭିଙ୍ଗ DBT ବେନିଫିଟସ ଇନ ଟୁ POSB ଆକାଉଣ୍ଟ ନାମରେ ଜାରି କରାଯାଇଥିବା ଆପ୍ଲିକେସନ ଜରିଆରେ ଆକାଉଣ୍ଟଧାରୀମାନେ ସେମାନଙ୍କର ସଞ୍ଚୟ ଆକାଉଣ୍ଟକୁ ଆଧାର ସହିତ ଲିଙ୍କ କରିପାରିବେ । ଏଥି ସହିତ, ଆକାଉଣ୍ଟଧାରୀମାନେ ଅଫଲାଇନ୍ ଲିଙ୍କ୍ କରିବା ପାଇଁ ସେମାନଙ୍କର ଆଧାର ବିବରଣୀକୁ ସମ୍ବନ୍ଧିତ ପୋଷ୍ଟ ଅଫିସ ବ୍ରାଞ୍ଚରେ ଜମା କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.