ପ୍ରଭାସଙ୍କ ସହିତ ‘ଆଦିପୁରୁଷ’ରେ ନଜର ଆସିବେ ଉର୍ବଶୀ ଗର୍ଲ, କିର୍ତ୍ତୀଙ୍କ ବାଜିମାରିନେଲେ କିଆରା

ବାହୁବଳୀର ସଫଳତା ପରେ ସୁପରଷ୍ଟାର ପ୍ରଭାସ ନିଜ ନୂଆ ପ୍ରୋଜେକ୍ଟର ଘୋଷଣା କରିଛନ୍ତି। ନିର୍ଦ୍ଦେଶକ ଓମ୍ ରାଉତଙ୍କ ବହୁ ପ୍ରତୀକ୍ଷିତ ଆଗାମୀ ଫିଲ୍ମ ‘ଆଦିପୁରୁଷ’ରେ ନଜର ଆସିବେ ପ୍ରଭାସ। ସୂଚନାଯୋଗ୍ୟ ଯେ, ଓମ୍ ରାଉତ ଅଜୟ ଦେବଗନଙ୍କ ସୁପରହିଟ୍ ଫିଲ୍ମ ତାନାଜୀରେ ନିର୍ଦ୍ଦେଶନା ଦେଇଥିଲେ। ପୂର୍ବରୁ ଏହି ଫିଲ୍ମର ପୋଷ୍ଟର ସେୟାର ପ୍ରଭାସ ସେୟାର କରିଥିଲେ। କିନ୍ତୁ ଫିଲ୍ମରେ ହିରୋଇନ କିଏ ହେବେ ତାହାକୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗିରହିଥିଲା।

ଏହି ଫିଲ୍ମ ‘ଆଦିପୁରୁଷ’ରେ ନାୟିକା ଭୂମିକାରେ ନଜର ଆସିବେ କିଆରା ଆଡଭାନୀ । ଏନେଇ କିଆରାଙ୍କ ସହ ଓମ୍ ଯୋଗାଯୋଗରେ ଥିବା ସୂଚନା ମିଳିଛି। କିଆରା ଏଥିପାଇଁ କିଛି ସମୟ ମାଗିଥିବା ବେଳେ ସେ ରାଜି ହେବେ ବୋଲି ଆଶା କରାଯାଉଛି। ତାଙ୍କ ପୂର୍ବରୁ ଦକ୍ଷିଣୀ ଅଭିନେତ୍ରୀ କିର୍ତ୍ତୀ ସୁରେଶଙ୍କୁ ଏହି ଚରିତ୍ର ପାଇଁ ଅଫର୍ ଦିଆଯାଇଥିଲା। ତେବେ କୌଣସି କାରଣରୁ ସେ ମନା କରିବା ପରେ କିଆରାଙ୍କୁ ଏହି ସୁଯୋଗ ମିଳିଛି।

prabhas

‘ଆଦିପୁରୁଷ’ ରାମାୟଣ ଉପରେ ଆଧାରିତ ହେବ। ଏଥିରେ ପ୍ରଭାସଙ୍କୁ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ଓ ସୈଫ୍ ଅଲ୍ଲୀ ଖାନ୍ ରାବଣ ଚରିତ୍ରରେ ଦେଖିବାକୁ ମିଳିବ। ଆସନ୍ତାବର୍ଷ ଏହାର ସୁଟିଂ ଆରମ୍ଭ ହେବାକୁ ଥିବା ବେଳେ ୨୦୨୨ରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିପାରେ। ଏହି ଫିଲ୍ମ ୨୦୨୨ରେ ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟଲମ୍ ଓ କନ୍ନଡ଼ ଭାଷାରେ ରିଲିଜ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.