Below header

ପୁଣିଥରେ ବିବାଦ ଘେରରେ ଶ୍ୱେତା ତିଓ୍ଵାରୀ, ପୂର୍ବ କର୍ମଚାରୀ କଲେ ୨ କୋଟିର ମାନହାନି ମକଦ୍ଦମା

ଟିଭିର ଲୋକପ୍ରିୟ ଅଭିନେତ୍ରୀ ଶ୍ୱେତା ତିଓ୍ଵାରୀ ପ୍ରାୟତଃ କୌଣସି ନା କୌଣସି କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ ଶ୍ୱେତାଙ୍କ ପୂର୍ବ କର୍ମଚାରୀ ରାଜେଶ ପାଣ୍ଡେ ତାଙ୍କ ଉପରେ ଟଙ୍କା ଆତ୍ମସାତ୍‌ କରିଥିବା ନେଇ ୨ କୋଟି ଟଙ୍କାର ମାନହାନି ମକଦ୍ଦମା କରିଛନ୍ତି। ଯାହାକୁ ନେଇ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଶ୍ୱେତା। ଏହି ମାମଲା ଏବେ ଆହୁରି ଆଗକୁ ବଢ଼ିଛି।

ସୂଚନାଯୋଗ୍ୟ ଯେ ଏକ ମାସ ପୂର୍ବରୁ ମଧ୍ୟ ରାଜେଶ ପାଣ୍ଡେ ଶ୍ୱେତା ତିଓ୍ଵାରୀଙ୍କ ଉପରେ ଟଙ୍କା ଆତ୍ମସାତ୍‌ କରିଥିବା ନେଇ ଅଭିଯୋଗ କରିଥିଲେ। ସେତେବେଳେ ସେ କହିଥିଲେ ଯେ ଶ୍ୱେତା ତାଙ୍କର ୫୨ ହଜାର ଟଙ୍କା ଦେଉନାହାନ୍ତି। କିନ୍ତୁ ଏବେ ମାମଲା ଆଗକୁ ବଢ଼ିଛି ଓ ରାଜେଶ ଅଭିନେତ୍ରୀଙ୍କ ବିରୋଧରେ ୨ କୋଟି ଟଙ୍କାର ମାନହାନି ମକଦ୍ଦମା ରୁଜୁ କରିଛନ୍ତି।

sweta

ରାଜେଶ କହିଛନ୍ତି, ‘ଗତ ଦୁଇବର୍ଷ ଧରି ମୁଁ ମାନସିକ ନିର୍ଯାତନା ସହୁଛି। ଗୋଟେ ପଟେ ସେ ମୋତେ ଟଙ୍କା ଦେଉନାହାନ୍ତି ଓ ଅନ୍ୟପଟେ ମୋ ଉପରେ ପବ୍ଲିସିଟି ଷ୍ଟଣ୍ଟର ଆରୋପ ଲଗାଉଛନ୍ତି। ଏହାର କୁ-ପ୍ରଭାବ ମୋ ଉପରେ ପଡ଼ିଛି। ମୁଁ ଟଙ୍କା ମାଗିବାକୁ ଯିବା ବେଳେ ମୋତେ ଅଧା ଟଙ୍କା ଦେବେ କହୁଛନ୍ତି। ଏଣୁ ମୁଁ ଶ୍ୱେତାଙ୍କ ବିରୋଧରେ ୨ କୋଟିର ମାନହାନି କେସ୍‌ କରିଛି। ଲିଗାଲ ପେପର ତାଙ୍କ ପାଖରେ ପହଞ୍ଚିଗଲାଣି। ମାତ୍ର ଏବେ ଯାଏଁ ତାଙ୍କ ଠାରୁ କୌଣସି ଉତ୍ତର ମିଳିନି’।

sweta

ସୂଚନାଯୋଗ୍ୟ ଯେ ଶ୍ୱେତାଙ୍କ ପାଖରେ ରାଜେଶଙ୍କର ୫୨ ହଜାର ଟଙ୍କା ଅଛି। କିନ୍ତୁ ସେ ଏହି ଟଙ୍କା ଦେବାକୁ ରାଜି ହେଉନାହାନ୍ତି। କେତେବେଳେ ସେ ଫୋନ୍‌ ଉଠାଉନାହାନ୍ତି ଆଉ କେତେ ବେଳେ ମୋତେ ବ୍ଲକ୍‌ କରି ଦେଉଛନ୍ତି ବୋଲି କହିଛନ୍ତି ରାଜେଶ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.