ପୁରୀ: ଗତକାଲି ଗାଧୋଉଥିବା ବେଳେ ନିଖୋଜ ଥିଲେ ୧୭ ବର୍ଷୀୟ ବାଳକ, ଆଜି ମୃତଦେହ ହେଲା ଉଦ୍ଧାର

ପୁରୀ(କେନ୍ୟୁଜ୍): ଗତକାଲି ପୁରୀ ପିଙ୍କ୍ ହାଉସ୍ ସମ୍ମୁଖ ବେଳାଭୂମିରେ  ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଥିବା ବାଳକଙ୍କ ମରଶରୀର ଉଦ୍ଧାର ହୋଇଛି। ଗତକାଲି  ଝାଡଖଣ୍ଡ ବୋକାରୋର ଦୀପକ କୁମାର ନାମକ ଜଣେ  ୧୭ ବର୍ଷୀୟ ବାଳକ ଗାଧୋଉଥିବା ବେଳେ  ନିଖୋଜ ହୋଇଯାଇଥିଲେ । ଆଜି ତାଙ୍କ ମୃତଦେହ ସେହି ପିଙ୍କ୍ ହାଉସ୍ ସମ୍ମୁଖ ବେଳାଭୂମିରୁ ଠାବ କରାଯାଇଛି।

drowning death

ଦୀପକ ଗତକାଲି  ପରିବାର ସହ ସ୍ନାନ କରିବା ପାଇଁ ପିଙ୍କ୍ ହାଉସ୍ ସମ୍ମୁଖ ବେଳାଭୂମିକୁ ଯାଇଥିଲେ। ତେବେ ସ୍ନାନ କରିବା ସମୟରେ ଦୀପକଙ୍କ ସମେତ ସାତଜଣ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲେ। ପରିବାର ଲୋକେ ପ୍ରାଇଭେଟ୍ ଲାଇଫଗାର୍ଡଙ୍କ ଜରିଆରେ୬ ଜଣଙ୍କୁ ଗଭୀର ସମୁଦ୍ର ଭିତରୁ ଉଦ୍ଧାର କରିଥିଲେ ମଧ୍ୟ ଦୀପକଙ୍କୁ ପାଇନଥିଲେ। ଆଜି ତାଙ୍କ ମରଶରୀରକୁ ଉଦ୍ଧାର କରାଯାଇଛି।

Leave A Reply

Your email address will not be published.