ପରଦାରୁ ପଡ଼ିଆକୁ ଓହ୍ଲାଇ ଆସିଲେ ଓଲିଉଡ୍‌ ଷ୍ଟାର, କିଟ୍‌ ଗ୍ରାଉଣ୍ଡରେ ଜମୁଛି ମେଗା ସିରିୟଲ କ୍ରିକେଟ୍‌ ଲିଗ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ଲାଇଟ୍‌, କ୍ୟାମେରା, ଆକସନ୍‌ ଛାଡ଼ି ବ୍ୟାଟ୍‌ ବଲ୍‌ ଧରିଲେ ଅଭିନେତା ଓ ଅଭିନେତ୍ରୀ । ଭୁବନେଶ୍ୱର କିଟ୍‌ ଗ୍ରାଉଣ୍ଡରେ ଆଜି ଆରମ୍ଭ ହୋଇଥିବା ଓଡ଼ିଆ ମେଗା ସିରିୟଲ କ୍ରିକେଟ୍‌ ଲିଗ୍‌ରେ ଅନେକ ଓଲିଉଡ୍‌ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଛି । ନିଜର ପେସାଦାର ଜୀବନରୁ କିଛି ସମୟ ବାହାର କରି ଓଡ଼ିଆ ଫିଲ୍ମ ଜଗତ ଏବଂ ଟେଲି ସିରିୟଲ ଅଭିନେତା ଓ ଅଭିନେତ୍ରୀମାନେ ଖେଳିଛନ୍ତି କ୍ରିକେଟ୍‌ । ଆଜି ଏହି କ୍ରିକେଟ୍‌ ଲିଗ୍‌କୁ ଓଲିଉଡ୍‌ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁ ଚୌଧୁରୀ ଉଦ୍‌ଘାଟନ କରିଥିଲେ ।

STARS-2

ଏହି ଲିଗ୍‌ରେ ବିଭିନ୍ନ ଟେଲିଭିଜନରେ ପ୍ରସାରିତ ହେଉଥିବା ଧାରାବାହିକର ଅଭିନେତା ଅଭିନେତ୍ରୀ ଏବଂ ଟେକନିସିଆନ୍‌ ଭାଗ ନେଇଛନ୍ତି । ସେମାନେ ବିଭିନ୍ନ ଟିମ୍‌ ବନାଇ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଆସନ୍ତାକାଲ ମେଗା ସିରିୟଲ କ୍ରିକେଟ୍‌ ଲିଗ୍‌ର ଉଦଯାପନ ହେବ । ତେବେ ଏହା କୌଣସି ପେସାଦାର ପ୍ରତିଯୋଗିତା ନୁହେଁ, ଏହା ଏକ ବନ୍ଧୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ । ସମସ୍ତଙ୍କୁ ଏକାଠି ହୋଇ ହସଖୁସି କରିବାର ଏକ ସୁଯୋଗ ବୋଲି ଏହାର ଆୟୋଜକ ଏବଂ ଖେଳାଳିମାନେ କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.