କଟକ(କେ.ନ୍ୟୁଜ): କଟକରେ ସ୍ତ୍ରୀର ଫଟୋ ଭାଇରଲ କରି ବନ୍ଧା ହେଲା ସ୍ୱାମୀ । ପତ୍ନୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିଥିବା ସ୍ୱାମୀକୁ ଗିରଫ କଲା ପୋଲିସ। ଅଭିଯୁକ୍ତ ସ୍ୱାମୀ ରୁଦ୍ର ପ୍ରସନ୍ନ ମହାପାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି ଜଗତପୁର ଥାନା ପୋଲିସ। ପତ୍ନୀଙ୍କ ବାପ ଘର ସମେତ ଏକାଧିକ ସରପଞ୍ଚଙ୍କ ଡାକ ଠିକଣାରେ ସ୍ତ୍ରୀଙ୍କର ଅଶ୍ଳୀଳ ଫଟୋ ପଠାଇଥିଲା ରୁଦ୍ର।
ଏନେଇ ଅଭିଯୋଗ ପାଇବା ପରେ ପୋଲିସ ପହଞ୍ଚି ଲାପଟପ, ମୋବାଇଲ, ପେନ ଡ୍ରାଇଭ ଜବତ କରିଛି। ଏଥିସହ ଧାରା ୪୯୮(ଏ), ୩୨୩,୫୦୬,୩୪ ଆଇ ପି ସି, ୪ ଡି.ପି ଆକ୍ଟ ଓ ଆଇଟି ଆକ୍ଟର ଧାରା ୬୬(ଇ),୬୭ (ଏ) ଅନୁଯାୟୀ ମାମଲା ରୁଜୁ କରିଛି। ଅଭିଯୋଗ ଅନୁସାରେ, ଚାରି ବର୍ଷ ପୂର୍ବେ ହୋଇଥିଲା ରୁଦ୍ରଙ୍କ ବାହାଘର ହୋଇଥିଲା।