Below header

ଅପେକ୍ଷାର ଅନ୍ତ, ଆଜି ହିଁ ବାହା ହେବେ ବିକ୍କି ଏବଂ କ୍ୟାଟ୍ରିନା

ବଲିଉଡର ସବୁଠାରୁ ଚର୍ଚ୍ଚିତ ଯୋଡିଙ୍କ ବାହାଘର ଖବରକୁ ନେଇ ବେଶ ଚର୍ଚ୍ଚା। ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଖବରକାଗଜ ପୃଷ୍ଠା ପର୍ଯ୍ୟନ୍ତ ସବୁଠି ବିକ୍କି ଏବଂ କ୍ୟାଟ୍ରିନାଙ୍କ ବାହାଘର ଖବର ଶିରୋନାମା ପାଲଟିଛି। ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି, କେବେ ଏହି ଦୁଇ ସେଲିବ୍ରିଟ୍‌ ବିବାହ କରିବେ। ଏହା ମଧ୍ୟରେ ଏ ଦୁହେଁ ଆଜି ବାହା ହେବାକୁ ଯାଉଛନ୍ତି। ଦୁହେଁ ଜୟପୁରରେ ଗ୍ରାଣ୍ଡ ଅନ୍ଦାଜରେ ବିବାହ କରିବେ। କିନ୍ତୁ ଏହା ମଧ୍ୟରେ ଖବର ଶୁଣିବାକୁ ମିଳିଥିଲା ଯେ, ଏହି ଗ୍ରାଣ୍ଡ ବିବାହ ପୂର୍ବରୁ ବିକ୍କି ଏବଂ କ୍ୟାଟ୍‌ ବିବାହ କରିନେବେ। ଆଉ ଦୁହେଁ ରାଜସ୍ଥାନ ଯିବା ପୂର୍ବରୁ ବିବାହ କରିବେ। ତେବେ ଦୁହେଁ ଆଜି ଅର୍ଥାତ୍‌ ୩ ତାରିଖରେ କୋର୍ଟ ମ୍ୟାରେଜ କରିବେ।

ଦୁହିଁଙ୍କ ଧର୍ମ ଅଲଗା ହୋଇଥିବାରୁ ସେମାନେ ଆଜି ସ୍ୱତନ୍ତ୍ର ବିବାହ ଅଧିନିୟମ, ୧୯୫୪ଅନୁଯାୟୀ ବିବାହ କରିବେ। ତିନିଜଣ ସାକ୍ଷୀ ମୁମ୍ବାଇରେ ରେଜିଷ୍ଟ୍ରାରଙ୍କ ଉପସ୍ଥିତିରେ ଏକ ଘୋଷଣାପତ୍ରରେ ଦସ୍ତଖତ କରିବେ । କୋର୍ଟରେ ବିବାହ କରିବା ପରେ ଦୁହେଁ ପରିବାର ସମେତ ରାଜସ୍ଥାନ ଯିବେ ବୋଲି ଜଣାପଡ଼ିଛି। ତେବେ ଆଜି କୋର୍ଟରେ ବିବାହ କରିବା ନେଇ ବିକି ଏବଂ କ୍ୟାଟ୍ରିନାଙ୍କ ପକ୍ଷରୁ କୌଣସି ଅଧିକାରିକ ଘୋଷଣା କରାଯାଇନାହିଁ। କୋର୍ଟ ବିବାହ କରିବା ଦୁହେଁ ୫ ତାରିଖରେ ରାଜସ୍ଥାନରେ ରୟାଲ ୱେଡିଂକୁ ଯିବେ।

ଖବର ମୁତାବକ, ବିକ୍କି-କ୍ୟାଟ୍ରିନାଙ୍କ ବିବାହକୁ ଆସୁଥିବା ଅତିଥିମାନେ ବିବାହ ସ୍ଥଳରେ ପ୍ରବେଶ କରିବା ପରେ ମୋବାଇଲ୍ ଫୋନ୍ ବ୍ୟବହାର କରିପାରିବେ ନାହିଁ। ଫଟୋ କିମ୍ବା ଭିଡିଓ ନେବା ପାଇଁ କୌଣସି ଅତିଥିଙ୍କ ପାଖରେ ଅନୁମତି ରହିବ ନାହିଁ। କେବଳ ଏତିକି ନୁହେଁ, ବିବାହ ସ୍ଥଳ କିମ୍ବା ସମାରୋହ ବିଷୟରେ କାହା ସହିତ କିଛି ବି କଥା ହେବା ପାଇଁ ମଧ୍ୟ ଅନୁମତି ନାହିଁ। ବିକ୍କି ଏବଂ କ୍ୟାଟ୍ରିନାଙ୍କ ବିବାହରେ କାମ କରୁଥିବା ଟିମ୍‌ ଡିଏନ୍‌ଏ Non Disclosure Agreement ସାଇନ୍‌ କରିଛନ୍ତି। କେବଳ ଟିମ୍‌ ନୁହେଁ ଅତିଥି ପାଇଁ ମଧ୍ୟ ଏହାକୁ ସାଇନ କରିବେ।

ରିପୋର୍ଟ ଅନୁଯାୟୀ, ବିକ୍କି ଏବଂ କ୍ୟାଟ୍ରିନା ରାଜସ୍ଥାନର ସଓ୍ଵାଇ ମାଧୋପୁରର ଚୌଥ ବରଓ୍ଵାଡା ସ୍ଥିତ ସିକ୍ସ-ସେନ୍ସ ଫୋର୍ଟ ହୋଟେଲରେ ବିବାହ କରିବେ। ଦୁହିଁଙ୍କ ବିବାହରେ ବରୁନ ଧଓ୍ଵନ, ରୋହିତ ସେଟ୍ଟୀ, କରନ ଜୋହର, ଅଲ୍ଲୀ ଆବାସ ଜଫର, କବୀର ଖାନ, ମିନି ମାଥୁର, ସିଦ୍ଧାର୍ଥ ମଲହୋତ୍ରା, କିଆରା ଆଡଭାନୀ ଏବଂ ନତାଶା ଦଲାଲ ପ୍ରମୁଖ ସେଲିବ୍ରିଟି ଭାବେ ସାମିଲ ରହିଛନ୍ତି।

ସଓ୍ଵାଇ ମାଧୋପୁରର ଚୌଥ ବରଓ୍ଵାଡାସ୍ଥିତ ସିକ୍ସ ସେନ୍ସ ଫୋର୍ଟ ହୋଟେଲରେ ବିବାହର ସମସ୍ତ ଉତ୍ସବ ୭ରୁ ୧୨ ଡିସେମ୍ବର ମଧ୍ୟରେ ଆୟୋଜନ ହେବ। ବିବାହର ମୁଖ୍ୟ କାର୍ଯ୍ୟକ୍ରମ ଜନାନା ମହଲରେ ହେବ। ବିବାହ ସମାରୋହରେ ସୁରକ୍ଷାର ସମ୍ପୂର୍ଣ୍ଣ ଦାୟିତ୍ୱ ବ୍ୟକ୍ତିଗତ ସୁରକ୍ଷା ଗାର୍ଡ ସମ୍ଭାଳିବେ।

ସୂଚନାଯୋଗ୍ୟ ମୁତାବକ, ତେବେ ଦୁହିଁଙ୍କ ବିବାହ ପାଇଁ ବୁକ ହୋଇଥିବା ହୋଟେଲ ୱେବସାଇଟ ମୁତାବକ, ଗୋଟିଏ ଦିନ ପାଇଁ ଏହି ହୋଟେଲକୁ ୬୪,୦୦୦ରୁ ୯୦,୦୦୦ଟଙ୍କା ପର୍ଯ୍ୟନ୍ତ ଦେଇ ବୁକ କରାଯାଏ। ତେବେ ବିକ୍କି ଓ କ୍ୟାଟ୍ରିନା ନିଜ ବିବାହକୁ ନେଇ ମୁହଁ ଖୋଲି ନଥିବା ବେଳେ ପ୍ରତିଦିନ ସେମାନଙ୍କ ବିବାହକୁ ନେଇ ନୂଆନୂଆ ଖବର ସାମ୍ନାକୁ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.