ଶିକ୍ଷୟିତ୍ରୀଙ୍କୁ ଭାବପୂର୍ଣ୍ଣ ବିଦାୟ, କାନ୍ଦି କାନ୍ଦି ଗୋଲାପ ଫୁଲ ଦେଲେ ଛାତ୍ରୀ; ଆଖିରୁ ଲୁହ ଆସିଯିବ ଏହି ଭିଡିଓ ଦେଖିଲେ!
ସୋସିଆଲ ମିଡିଆରେ ଦେଶ, ବିଦେଶର ଅନେକ ଭିଡିଓ ଭାଇରାଲ ହୋଇଥାଏ। କିଛି ଭିଡିଓ ଆମକୁ ହସାଇଥାଏ ତ କିଛି ଭିଡିଓ ଆମକୁ କନ୍ଦାଇଥାଏ। ଏମିତି ଆଉ କିଛି ଭିଡିଓରୁ ଆମେ ଅନେକ କିଛି ଶିକ୍ଷଣୀୟ କଥା ଜାଣିବାକୁ ପାଇଥାଉ। ଏବେ ପଶ୍ଚିମବଙ୍ଗର ଉତ୍ତର ୨୪ ପରଗନା ଜିଲ୍ଲାରୁ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ଏକ ସ୍କୁଲର, ଯେଉଁଥିରେ ଜଣେ ଶିକ୍ଷୟିତ୍ରୀଙ୍କୁ ଛାତ୍ରୀମାନେ ଭାବପୂର୍ଣ୍ଣ ବିଦାୟ ଦେଉଥିବାର ଦେଖିବାକୁ ମିଳୁଛି।
ଏହି ଭିଡିଓକୁ ସୋସିଆଲ ମିଡିଆରେ ବହୁତ ପସନ୍ଦ କରାଯାଉଛି। ଛାତ୍ରୀମାନେ ଶିକ୍ଷୟିତ୍ରୀଙ୍କୁ ବିଦାୟ ଦେଉଥିବା ବେଳେ ହାତରେ ଗୋଲାପ ଫୁଲ ଧରିଛନ୍ତି। ଛାତ୍ରୀମାନେ ଲଗାତାର ଭାବରେ କାନ୍ଦୁଛନ୍ତି ଏବଂ କୌଣସି ଏକ ଗୀତ ଗାଉଛନ୍ତି। ଛାତ୍ରୀମାନଙ୍କର ଏହି ଶୈଳୀ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ଭାବପ୍ରବଣ କରି ଦେଉଛି। ଶିକ୍ଷୟିତ୍ରୀ ବି ଭିଡିଓରେ କାନ୍ଦୁଥିବାର ଦେଖା ଯାଉଛନ୍ତି। ଭିଡିଓଟି ଲୋକମାନଙ୍କୁ ଅତ୍ୟନ୍ତ ଇମୋଶନାଲ୍ କରି ଦେଇଛି।
ଏହି ଭିଡିଓ ଉତ୍ତର ୨୪ ପରଗନାର କାଟିୟାହାଟ ବିକେଏପି ବାଳିକା ଉଚ୍ଚ ବିଦ୍ୟାଳୟର। ଏଠାକାର ଜଣେ ଶିକ୍ଷୟିତ୍ରୀଙ୍କୁ ନିଜ ଛାତ୍ରୀମାନଙ୍କଠାରୁ ଭାବପୂର୍ଣ୍ଣ ବିଦାୟ ମିଳିଛି। ଟ୍ୱିଟରରେ ସେୟାର କରାଯାଇଥିବା ଭିଡିଓରେ ସମ୍ପା ନାମ୍ନୀ ଶିକ୍ଷୟିତ୍ରୀଙ୍କୁ ଛାତ୍ରୀମାନେ ଘେରି ରହିଥିବାର ଦେଖିବାକୁ ମିଳି ପାରିବ। ସେମାନେ ଆଣ୍ଠୁମାଡି ଶିକ୍ଷୟିତ୍ରୀଙ୍କୁ ଫୁଲ ଅର୍ପଣ କରୁଛନ୍ତି। ଭିଡିଓର କ୍ୟାପସନରେ ଲେଖା ଯାଇଛି, ‘ଛାତ୍ରୀମାନେ ସମ୍ପା ମାମ୍ଙ୍କୁ ନିଜର ଭଲ ପାଇବା ଦେଉଛନ୍ତି। ବୋଧହୁଏ ଦୁନିଆର ସବୁଠାରୁ ଭଲ ଶିକ୍ଷକଙ୍କ ମଧ୍ୟରୁ ଜଣେ’।
ସେପଟେ ସୋସିଆଲ ମିଡିଆରେ ଏହି ଭିଡିଓ ଦେଖିବା ପରେ ଅନେକ ୟୁଜର ନିଜ ସ୍କୁଲ ଦିନକୁ ମନେ ପକାଇଥିଲେ। କିଛି ୟୁଜର ଛାତ୍ରୀଙ୍କ ପାଇଁ ଏକ ଅଦ୍ଭୁତ ରୋଲ୍ ମଡେଲ୍ ହୋଇ ଥିବାରୁ ଶିକ୍ଷୟିତ୍ରୀଙ୍କୁ ବେଶ୍ ପ୍ରଶଂସା କରିଥିଲେ। ଜଣେ ୟୁଜର ଲେଖିଛନ୍ତି, ‘ମୋତେ ମୋ ସ୍କୁଲ ଜୀବନ ମନେ ପକାଇ ଦେଲ’। ଅନ୍ୟ ଜଣେ ଟ୍ଵିଟରରେ ଲେଖିଛନ୍ତି, ‘ଏହା ହୃଦୟକୁ ଛୁଇଁଲା’। ଆଉ ଜଣେ ୟୁଜର ‘ମୋତେ ଭାବୁକ କରିଦେଲା’ ବୋଲି ଲେଖିଥିଲେ।
ITS EMOTIONAL – Students pouring out their love to Sampa mam, probably one of the best teachers in the world. ❤️
Katiahat BKAP Girls’ High School, North 24 Parganas, West Bengal@bbcbangla @pooja_news @ananya116 @Plchakraborty @madhuparna_N @MamataOfficial @KatiahatT pic.twitter.com/OhcPytVALU
— I Love Siliguri (@ILoveSiliguri) February 18, 2022