Below header

୧୯ ଘଣ୍ଟା ପରେ ମିଳିଲା ଚିଲିକାରେ ନିଖୋଜ ଥିବା ବ୍ୟକ୍ତିଙ୍କ ମୃତଦେହ, ବଡକୂଳ ଖାରିବନ୍ଧ ନିକଟରୁ ହେଲା ଠାବ

ଟାଙ୍ଗୀ(କେନ୍ୟୁଜ୍): ଠାବ ହେଲା ଚିଲିକାରେ ନିଖୋଜ ଥିବା ବ୍ୟକ୍ତିଙ୍କ ମୃତଦେହ । ଭାରତୀୟ ନୌସେନା, ଚିଲିକା, OTDC, ବାଲୁଗାଁ  ପୋଲିସ୍ ଏବଂ ଅଗ୍ନିଶମ ବାହିନୀ  ପକ୍ଷରୁ  ମିଳିତ ଭାବେ  ଚିଲିକାରେ ଚାଲିଥିଲା ଉଦ୍ଧାର କାର୍ଯ୍ୟ । ନିଖୋଜ ହେବାର  ୧୯ ଘଣ୍ଟା ପରେ ମିଳିଲା  ପତ୍ତା । ଚିଲିକାର  ବଡକୂଳ ନିକଟସ୍ଥ  ଖାରିବନ୍ଧରୁ ମିଳିଲା ମୃତ ଶରୀର । ଚିଲିକା ଭିତରେ ଏକାଧିକ ଟିମ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ବାଲୁଗାଁ ପୋଲିସ ଏବଂ ଓଡ୍ରାଫ ଟିମ ନଜରରେ ପଡିଥିଲା ମୃତ ଦେହଟି । ଖାରିବନ୍ଧ ନିକଟରେ ମୃତ ଦେହଟି ପାଣିରେ ଭାସୁଥିବାର ଦେଖିବାକୁ ମିଳିଥିଲା। ବର୍ତ୍ତମାନ ମୃତ ଶରୀରକୁ ଚିଲିକାରୁ ଉଦ୍ଧାର କରାଯାଇଛି ବୋଲି ବାଲୁଗାଁ ଏସଡିପିଓ ମାନସ ରଂଜନ ବାରିକ ସୂଚନା ଦେଇଛନ୍ତି । ମୃତ ବ୍ୟକ୍ତି ଜଣକ ହେଲେ ବାଲୁଗାଁ ନିକଟବର୍ତ୍ତୀ କୋଦପୁର ଗ୍ରାମର ରାଜକିଶୋର ଖୁଣ୍ଟିଆ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ତହସିଲଦାର ଦୁର୍ଘଟଣାଗ୍ରସ୍ତ ଡଙ୍ଗାର କାଗଜ ପତ୍ର ଯାଞ୍ଚ କରିଛନ୍ତି । ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି  ସୂଚନା ମିଳିଛି।

chilika 2

ବାଲୁଗାଁ sdpo ମାନସ ରଞ୍ଜନ ବାରିକଙ୍କ ସୂଚନା ମୁତାବକ ଗତକାଲି ବାଲେଶ୍ଵର ରେମୁଣା ଅଞ୍ଚଳର ୮ଜଣ ଯାତ୍ରୀ ପୂର୍ବାହ୍ନରେ ଚିଲିକା ବୁଲିବାକୁ ଆସିଥିଲେ। ମା କାଲିଯାଇ ଦର୍ଶନ ସାରି ଫେରୁଥିବାବେଳେ ହଠାତ କାଳବୈଶାଖୀରେ ଡଙ୍ଗାଟି ପାଣି ମଧ୍ୟରେ ବୁଡିଯାଇଥିଲା। ଉପସ୍ଥିତ ବୁଦ୍ଧି ଖଟାଇ କିଛି ଯାତ୍ରୀ ପୋଲିସକୁ ସହାୟତା ପାଇଁ ଯୋଗାଯୋଗ କରିଥିଲେ।

ଖବରପାଇ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ବାଲୁଗାଁ ଥାନା ଅଧିକାରୀ ରମାକାନ୍ତ ମହାଲିକ, ବାଣପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ସାହୁ, ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁ, ଓଟିଡିସି ର କର୍ମଚାରୀଙ୍କ ସମେତ ଅନ୍ୟ କର୍ମଚାରୀ ସାହାଯ୍ୟରେ ଚିଲିକା ମଧ୍ୟକୁ ଯାଇ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ସମସ୍ତ ଯାତ୍ରୀ ସମେତ ଡଙ୍ଗା ଚାଳକ ଏବଂ ସହ ଚାଳକଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା  ସ୍ଥିର ଥିବା ବାଲୁଗାଁ ମେଡିକାଲ ଡାକ୍ତରଙ୍କ ଠାରୁ ସୂଚନା ମିଳିଛି । କିନ୍ତୁ ଡଙ୍ଗାବୁଡିବା ପରେ ଘଟଣା ସ୍ଥଳରୁ ନିଖୋଜ ହୋଇଥିଲେ ବାଲୁଗାଁ ଥାନା ଅନ୍ତର୍ଗତ କୋଦପୁର ଗ୍ରାମର ରାଜକିଶୋର ଖୁଣ୍ଟିଆ। ରାଜକିଶୋର  ମା’ କାଳିଜାଇ ପୀଠରେ ଏକ ଦୋକାନ କରିଥିଲେ । ପ୍ରତିଦିନ ପରି ରାଜକିଶୋର ସଂଧ୍ୟାରେ ଦୋକାନ ବନ୍ଦ କରି ସେହି ଦୁର୍ଘଟଣା ଘଟିଥିବା ଯାତ୍ରୀବାହୀ ଡଙ୍ଗାରେ ଫେରୁଥିଲେ। କିନ୍ତୁ ଦୁର୍ଘଟଣା ପରେ ତାଙ୍କର ମୃତ୍ୟୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.