ମାଲାକାନାଗିରି : ପଦାରେ ପଡ଼ିଛି ଦାୟିତ୍ୱହୀନତା, ହସ୍ପିଟାଲ୍ ଭିତରେ ଟିକଟକ୍ ଭିଡିଓ କରିବାରେ ଲାଗିପଡ଼ିଛନ୍ତି ମହିଳା କର୍ମଚାରୀ
ମାଲାକାନାଗିରି (କେନ୍ୟୁଜ୍): ସାରା ବିଶ୍ବରେ ଏବେ ଘାରିଛି ଟିକଟିକ୍ ର ନିଶା। ଟିକଟକ୍ ରେ ଫେମସ୍ ହେବା ପାଇଁ ଲୋକମାନେ କିଛି ଭି କରିବାକୁ ପ୍ରସ୍ତୁତ ରହୁଛନ୍ତି। ଠିକ୍ ଏହିଭଳି ଏକ ଘଟଣା ଘଟିଛି ମାଲାକାନାଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଗୁରୁତ୍ୱପୂର୍ଣ୍ଣ ବିଭାଗ ଏସଏନସିୟୁ ଭିତରେ। ଏଠାରେ ଗୁରୁତର ଅବସ୍ଥାରେ ଥିବା ଶିଶୁମାନଙ୍କୁ ସ୍ଥାନାନ୍ତର କରାଯାଇଥାଏ। କିନ୍ତୁ ଏସଏନସିୟୁର ଦାୟିତ୍ବରେ ଥିବା ମହିଳା କର୍ମଚାରୀ ଶିଶୁମାନଙ୍କ ଉପରେ ୨୪ ଘଣ୍ଟା ନଜର ରଖିବା ବଦଳରେ ବେଫିକର ହୋଇ ଟିକଟକ୍ ରେ ମଜାମସ୍ତି କରିବାର ଭିଡିଓ ଦେଖିବାକୁ ମିଳିଛି। ଆପଣମାନେ ଏହି ଭିଡିଓରେ ଦେଖିପାରିବେ କର୍ମଚାରୀମାନେ ଡ୍ୟୁଟି ସମୟରେ କିପରି ଦାୟିତ୍ବ ନିର୍ବାହ କରୁଛନ୍ତି । ଜଣେ କି ଦୁଇ ଜଣ ନୁହେଁ ସମସ୍ତ ମହିଳା କର୍ମଚାରୀମାନେ ମାତିଛନ୍ତି ମଜାମସ୍ତିରେ। ଏପରିକି ଗୁରୁତର ଶିଶୁକୁ ନେଇ ଟିକଟକ୍ ରେ ଭିଡିଓ କରିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି।
କେବଳ ଟିକଟକ୍ ଭିଡିଓ ନୁହେଁ ଏସଏନୟୁ ଭିତରେ ମଧ୍ୟ ଲୁଡୁପାଲିର ମଧ୍ୟ ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ହସ୍ପିଟାଲ ଭିତରକୁ ସାଧା ପୋଷାକରେ ଯିବାର ନିୟମ ନଥିଲେ ମଧ୍ୟ କର୍ମଚାରୀମାନେ ସାଧା ପୋଷାକ ପିନ୍ଧି ଟିକଟକ୍ ରେ ଭିଡିଓ କରିଛନ୍ତି। ଏହା ସବୁଠାରୁ ପୁରୁଣା ହସ୍ପିଟାଲ ହୋଇଥିବାରୁ ଏଠାକୁ କୌଣସି ଅଧିକାରୀ ତଦାରଖ କରିବାକୁ ଆସୁନଥିବାରୁ ଏଠାରେ କାମ କମ ମସ୍ତି ବେଶୀ କରିବାରେ କର୍ମଚାରୀମାନେ ବ୍ୟସ୍ତ ରହିଛନ୍ତି। ଗୁରୁତର ଅବସ୍ଥାରେ ଶିଶୁକୁ ଏହି ହସ୍ପିଟାଲରେ ଭର୍ତ୍ତି କରାଗଲେ କିପରି ଯତ୍ନ ନିଆଯାଉଛି ନେଇ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଡାକ୍ତରଖାନାର କର୍ମଚାରୀ TikTokରେ ଭିଡିଓ କରି ଭାଇରାଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ସିଡିଏମଓ ଅଜିତ୍ କୁମାର ମହାନ୍ତି। ଏହି ସମ୍ବନ୍ଧୀୟ ଖବର ନ୍ୟୁଜରେ ପ୍ରସାରଣ ହେବା ପରେ ଘଟଣାରେ ସମ୍ପୃକ୍ତ ଷ୍ଟାଫଙ୍କୁ ୨୪ ଘଣ୍ଟା ମଧ୍ୟରେ କାରଣ ଦର୍ଶାଅ ନୋଟିସ ମାଗିଲେ। ତଦନ୍ତ କରେ ଦୃଢ କାର୍ୟ୍ୟନୁଷ୍ଠାନ ଗ୍ରହଣ କରାଯିବ।
ଦେଖନ୍ତୁ ଭିଡିଓ :