Below header

ଅକ୍ଷୟ ତୃତୀୟାରେ ଆଜି ବଜାରରୁ କିଣିପାରିବେନି ସୁନା, ଉପଲବ୍ଧ ହେଲା ଏହି ବିକଳ୍ପ

ଆଜି ଅକ୍ଷୟ ତୃତୀୟା। ଆଜିର ଦିନରେ ଗାଁ ମାନଙ୍କରେ ଅକ୍ଷିମୁଠି ବୁଣାଯାଏ। ଆଜି ଚାଷ କାର୍ଯ୍ୟ ଆରମ୍ଭ ହୁଏ ବୋଲି ଦିନଟିକୁ ଶୁଭ ବିବେଚିତ କରାଯାଏ। ଅକ୍ଷୟ ତୃତୀୟାର ଆଉ ଏକ ବିଶେଷତ୍ୱ ହେଉଛି ଆଜି ସୁନା କିଣିବାକୁ ସବୁଠୁ ଶୁଭ ବୋଲି କୁହାଯାଏ। ବର୍ଷରେ ଦୁଇଥର ଧନତେରସ ଓ ଅକ୍ଷୟ ତୃତୀୟାରେ ସୁନା କିଣିବାକୁ ଶୁଭ ବିବେଚନା କରାଯାଏ। ତେବେ ବର୍ତ୍ତମାନ ଲକଡାଉନ ଯୋଗୁ ସବୁ ଦୋକାନ ବଜାର ବନ୍ଦ ଥିବାରୁ ଲୋକମାନେ ସୁନା କିଣିପାରୁନାହାନ୍ତି। ଆପଣ ବି ଯଦି ଆଜି ସୁନା କିଣିବାକୁ ଚାହୁଁଛନ୍ତି କିନ୍ତୁ କିଣି ପାରୁନାହାନ୍ତି ତେବେ କେତେକ ସୁନା ଦୋକାନୀ ଏଥିପାଇଁ ମଧ୍ୟ ବ୍ୟବସ୍ଥା କରିଛନ୍ତି। ଆସନ୍ତୁ ଜାଣିବା ଘରେ ବସି କେଉଁ କେଉଁ ସ୍ଥାନରୁ ସୁନା କିଣିପାରିବେ…

Why purchasing gold on Akshaya Tritiya can bring good luck to your ...

Reliance jewelsର ଅଫର:

ଅକ୍ଷୟ ତୃତୀୟା ପାଇଁ ରିଲାଏନ୍ସ ଜୁଏଲସ ମେକିଂ ଚାର୍ଜ ଉପରେ ୨୦ ପ୍ରତିଶତ ଛାଡ଼ କରିଛି। ଏହା ବ୍ୟତୀତ ଖାସ୍ ଗୋଲଡ଼ର କଲେକ୍ସନ ମଧ୍ୟ ଉପଲବ୍ଧ କରିଛି।

ମାଲବାର ଗୋଲଡ୍ସ ଆଣ୍ଡ ଡାଇମଣ୍ଡର ସ୍କିମ:

ମାଲବାର ଗୋଲଡ୍ସ ଆଣ୍ଡ ଡାଇମଣ୍ଡର Book Now, Pay Later ସ୍କିମ ଲାଗୁ କରିଛି। ଏହି ସ୍କିମ ମାଧ୍ୟମରେ ଆପଣ ଏବେଠୁ ସୁନା ଗହଣା ବୁକ କରି ଲକଡାଉନ ପରେ ପେମେଣ୍ଟ କରି ନେଇପାରିବେ। ଡେଲିଭରି ବେଳେ ଯଦି ସୁନା ଶସ୍ତା ହୋଇଥିବ ଆପଣ ଶସ୍ତାରେ କିଣିପାରିବେ।

Tanishq Photos, Punjagutta, Hyderabad- Pictures & Images Gallery ...

ତନିଷ୍କର ଅଫର:

ତନିଷ୍କ ତରଫରୁ ଲକଡାଉନ ବେଳେ ସୁନା କିଣିବା ଉପରେ ୨୬ ପ୍ରତିଶତ ଛାଡ଼ କରାଯାଇଛି। ଏଥିରେ PREVIEW କୋଡ଼ରେ ୧ ପ୍ରତିଶତ ଅଧିକ ଛାଡ଼ ମିଳିବ।ଏହା ବ୍ୟତୀତ ଲକି ଡ୍ର ମଧ୍ୟ ରହିଛି, ଏଥିରେ ବିଜେତାଙ୍କୁ ସୁନା କଏନ୍ ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.