ଆଜି ଆପଣଙ୍କ ଜନ୍ମଦିନ କି! ଆସନ୍ତୁ ଜାଣିବା ଏପ୍ରିଲ ୨୬ରେ ଜନ୍ମିତ ବ୍ୟକ୍ତିଙ୍କ ସମ୍ପର୍କରେ…

ବର୍ଷର ପ୍ରତ୍ୟେକ ଦିନ କାହାର ନା କାହାର ଜନ୍ମ ପଡ଼ିଥାଏ। ଆଜି ମଧ୍ୟ ନିଶ୍ଚିତ ଭାବେ କାହାର ଜନ୍ମଦିନ ହୋଇଥିବ। ଏପ୍ରିଲ ୨୬ ତାରିଖ ବା ଆଜି ଯଦି ଆପଣଙ୍କ ଜନ୍ମଦିନ ହୋଇଥାଏ, ତେବେ ପ୍ରଥମେ ଆମେ ଆପଣଙ୍କୁ ଜନ୍ମଦିନର ଅଶେଷ ଅଶେଷ ଶୁଭେଚ୍ଛା ଜଣାଉଛୁ। ଆସନ୍ତୁ ଜାଣିବା ଆଜି ଦିନରେ ଜନ୍ମିତ ବ୍ୟକ୍ତିଙ୍କ ସମ୍ପର୍କରେ…

୨୬ ତାରିଖରେ ଜନ୍ମିତ ବ୍ୟକ୍ତିଙ୍କ ମୂଳାଙ୍କ ୮। ଏହି ଗ୍ରହ ସୂର୍ଯ୍ୟ ପୁତ୍ର ଶନିଙ୍କ ଦ୍ଵାରା ପରିଚାଳିତ ହୋଇଥାଏ। ଏହିଦିନରେ ଜନ୍ମିତ ବ୍ୟକ୍ତି ଧୀର, ଗମ୍ଭୀର, ପରୋପକାରୀ, କର୍ମଠ ହୋଇଥାନ୍ତି। ଆପଣଙ୍କ ବାଣୀ କଠୋର ତଥା ସ୍ୱର ଉଗ୍ର ହୋଇଥାଏ। ଆପଣ ଜଣେ ଭୌତିକବାଦୀ ବ୍ୟକ୍ତି।

Happy Birthday song - YouTube

 

ଆପଣ ଅଦ୍ଭୁତ ଶକ୍ତିର ମାଲିକ। ଆପଣ ଜୀବନରେ ଯାହା ବି କରିଥାନ୍ତି ତା ପଛରେ କିଛି ଉଦ୍ଦେଶ୍ୟ ଥାଏ। ଆପଣ ବହୁ ସଂଘର୍ଷ ପରେ ସଫଳତା ପ୍ରାପ୍ତ କରିଥାନ୍ତି। ବେଳେବେଳେ ଆପଣଙ୍କ କାର୍ଯ୍ୟର ଶ୍ରେୟ ଅନ୍ୟକୁ ମିଳିଥାଏ।

ଶୁଭ ଦିନାଙ୍କ-୮,୧୭,୨୬
ଶୁଭ ଅଙ୍କ- ୮,୧୭,୨୬,୩୫,୪୪
ଶୁଭ ବର୍ଷ-୨୦୨୪,୨୦୪୨
ଇଷ୍ଟଦେବ- ହନୁମାନ, ଶନି ଦେବତା
ଶୁଭ ରଙ୍ଗ- କଳା, ଗାଢ଼ ନୀଳ, ଜାମୁକୋଳି ରଙ୍ଗ

Happy Birthday to You - Wikipedia

କେମିତି କଟିବ ଏବର୍ଷ:

ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। ସମସ୍ତ ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ବାଣିଜ୍ୟ ଓ ଚାକିରିରେ ଉନ୍ନତି କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.