Below header

“ମନ କି ବାତ” କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରଶାସକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: କରୋନା ବିରୋଧରେ ଏକ ହୋଇ ଲଢୁଛି ସାରା ଦେଶ । କରୋନାକୁ ହରାଇବା ପାଇଁ ଲଢୁଛନ୍ତି ଜନତା । ଲୋକଙ୍କ ସହ ମିଶି ଶାସନ-ପ୍ରଶାସନ ମଧ୍ୟ ଲଢୁଛନ୍ତି । ବର୍ତ୍ତମାନ ପୂରା ଦେଶ ଗୋଟିଏ ଲକ୍ଷ୍ୟରେ ଆଗକୁ ବଢୁଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ଲକ୍‌ଡାଉନ୍‌ ଯୋଗୁ ଲୋକଙ୍କ ମଧ୍ୟରେ ପରିବର୍ତ୍ତନ ଆସିଛି । ଡାକ୍ତର, ସଫେଇ କର୍ମଚାରୀ ଓ ପୋଲିସ ବ୍ୟବସ୍ଥା ନେଇ ଲୋକଙ୍କ ମଧ୍ୟରେ ଚିନ୍ତା ଧାରା ବଦଳିଛି । ଏହି ମହାମାରୀ ମଧ୍ୟରେ କୃଷକ ଭାଇମାନେ କାମ କରୁଛନ୍ତି । ଯେପରି ଦେଶରେ କେହି ଭୋକରେ ନରହନ୍ତୁ । ସମସ୍ତେ ନିଜ ନିଜ ସାମର୍ଥ୍ୟରେ ଲଢେଇ ଲଢୁଛନ୍ତି । ସେହିପରି କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି ।

pm modi

ସମସ୍ତ ସ୍ଥାନୀୟ ପ୍ରଶାସନଙ୍କୁ ମଧ୍ୟ ମୋଦି ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, କୋଭିଡ଼ ଓ୍ଵବ୍‌ସାଇଟରେ କୋଟିଏ ଲୋକ ଯୋଡ଼ିଛନ୍ତି । ମେଡିକାଲରେ ଉତ୍ତମ ଚିକିତ୍ସା ଉପଲବ୍ଧ ଉପରେ ଗୁରୁତ୍ୱ ଦିଆଯାଇଛି । ସେହିପରି କରୋନା ଯୋଦ୍ଧା ବିପକ୍ଷରେ ହିଂସାକୁ ବରଦାସ୍ତ କରାଯିବ ନାହିଁ । ହିଂସା କରୁଥିବା ଲୋକମାନଙ୍କୁ ତ୍ରାହି ମିଳିବ ନାହିଁ ବୋଲି ମୋଦି କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, କରୋନାକୁ ହରାଇବାକୁ ହେଲେ ସାମାଜିକ ଦୂରତା ରକ୍ଷା କରିବା ଜରୁରୀ । ଲୋକେ ମାସ୍କ ପିନ୍ଧିବା ମଧ୍ୟ ଜରୁରୀ । ଏହା ସହ ଆଜି ଅକ୍ଷୟ ତୃତୀୟା ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.