ଇ-କମର୍ସ ସାଇଟ ତରଫରୁ ନିଆଗଲା ବଡ ନିଷ୍ପତ୍ତି, ଏଣିକି ବିକ୍ରି ହେଉଥିବା ସାମଗ୍ରୀ ଗୁଡିକ ଉପରେ ଲେଖାଯିବ ପ୍ରସ୍ତୁତ କରୁଥିବା ଦେଶର ନାଁ

ଭାରତ- ଚୀନ ମଧ୍ୟରେ ମଧ୍ୟରେ କିଛି ଦିନ ହେବ ସୀମା ବିବାଦ ଓ ଗତ ୧୫ ତାରିଖରେ ଉଭୟ ପକ୍ଷର ସୈନ୍ୟଙ୍କ ମଧ୍ୟରେ ହୋଇଥିବା ଘମାଘୋଟ ସଂଘର୍ଷ ପରେ ଏବେ ଚୀନ ବିରୋଧରେ ଏକଜୁଟ ହୋଇଛି ପୁରା ଭାରତ । ଦେଶରେ ଚିନ କମ୍ପାନୀ ତଥା ଚୀନ ପ୍ରସ୍ତୁତ ପ୍ରଡକ୍ଟ ଗୁଡିକୁ ଲଗାତାର ଭାବେ ବହିଷ୍କାର କରାଯାଉଛି । ଲୋକେ ଚୀନ କମ୍ପାନୀ ପ୍ରସ୍ତୁତ କୌଣସି ଜିନିଷ ବ୍ୟବହାର କରିବାକୁ ନାପସନ୍ଦ କରୁଛନ୍ତି । ଏହି ମାମଲାରେ ଆଗକୁ ବାଢ଼ିଛନ୍ତି ଦେଶର ସମସ୍ତ ଇ-କମର୍ସ କମ୍ପାନୀ । ବର୍ତ୍ତମାନ ସମୟରେ ଦେଶରେ କାର୍ଯ୍ୟକରୁଥିବା ସମସ୍ତ ଇ -କମର୍ସ ସାଇଟ ଗୁଡିକ ନିଷ୍ପତ୍ତି ନେଇଛନ୍ତିକି, ଏଣିକି ପ୍ଲାଟ ଫର୍ମରେ ବିକ୍ରି ହେଉଥିବା ସମସ୍ତ ପ୍ରଡକ୍ଟ ଗୁଡିକ ଉପରେ ସେଗୁଡିକ ପ୍ରସ୍ତୁତ କରିଥିବା ଦେଶ ମାନଙ୍କର ନାଁ ଉଲ୍ଲେଖ କରାଯିବ । ମିଳିଥିବା ସୂଚନା ଅନୁଯାୟୀ, ଏହି ମାମଲାକୁ ନେଇ ଇ -କମର୍ସ କମ୍ପାନୀ ମାନଙ୍କ ମଧ୍ୟରେ ଭିଡିଓ କନଫରେନସିଂ ଜରିଆରେ ଏକ ବୈଠକର ଆୟୋଜନ କରାଯାଇଥିଲା ।

ଏହି ବୈଠକକୁ ଇଣ୍ଡଷ୍ଟ୍ରି ଓ ଇଂଟରନାଲ ଟ୍ରେଡ଼ ମନ୍ତ୍ରାଳୟ ବା ଡିପିଆଇଆଇଟି ମନ୍ତ୍ରାଳୟ ତରଫରୁ ଅଧ୍ୟକ୍ଷତା କରାଯାଇଥିଲା । ଏହି ବୈଠକରେ ନିଷ୍ପତ୍ତି ନିଆ ଯାଇଛିକି, ଦେଶ ସୀମାରେ କାର୍ଯ୍ୟ କରୁଥିବା ଆମାଜନ ଓ ଫ୍ଲିପକାର୍ଟ ସମେତ ସମସ୍ତ ଇ- କମର୍ସ ସାଇଟ ନିଜ ପ୍ରଡକ୍ଟ ଗୁଡିକ ଉପରେ ମୂଳ ଦେଶର ନାଁ ଲେଖିବେ।ଏଣିକି ଏହି ନିୟମକୁ ବାଧ୍ୟମୂଳକ ମଧ୍ୟ କରାଯିବ । ଯେବେକି, ଅମଜାନ ଓ ଫ୍ଲିପକାର୍ଟ ସାଇଟ ଗୁଡିକ ଯେଉଁ ପଦାର୍ଥ ଗୁଡିକ ଭାରତରେ ପ୍ରସ୍ତୁତ ହେଉଛି, କିନ୍ତୁ ସେଗୁଡିକର କମ୍ପୋନେଣ୍ଟ ଚୀନ କିମ୍ବା ଅନ୍ୟ ଦେଶ ମାନଙ୍କରୁ ଅଣାଯାଉଛି ସେନେଇ ଖୁବ ଶୀଘ୍ର ନିଷ୍ପତ୍ତି ନେବାକୁ ଅନୁରୋଧ କରିଛନ୍ତି । ଅନ୍ୟ ପକ୍ଷରେ କେତେକ ଇ-କମର୍ସ ସାଇଟ ପକ୍ଷରୁ କୌଣସି ବୟାନ ଦିଆଯାଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.