Below header

ଜାଣନ୍ତୁ , ଏସବିଆଇର ଏସଏମଏସ୍ ଆଲର୍ଟକୁ ଇଣ୍ଟରନେଟ ବ୍ୟାଙ୍କିଂରେ କିପରି କରିବେ ଆକ୍ଟିଭେଟ ଏବଂ ଡିଆକ୍ଟିଭେଟ୍

ନୂଆଦିଲ୍ଲୀ : ସର୍ବଜନିକ କ୍ଷେତ୍ରରେ ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ନିଜର ଗ୍ରାହକକୁ ନେଇ ଲାଗୁ କରିଛି ଏକ ନୂଆ ସେବା। ଗ୍ରାହକ ଏବେ ଇଣ୍ଟରନେଟ ବ୍ୟାଙ୍କିଂ ଜରିଆରେ ଏସଏମଏସ୍ ଆଲର୍ଟକୁ ଆକ୍ଟିଭେଟ ଏବଂ ଡ଼ିଆକ୍ଟିଭେଟ କରିପାରିବେ। ଏହାର ସୂଚନା ବ୍ୟାଙ୍କର ଆଧିକାରିକ ୱେବସାଇଟରେ ଦିଆଯାଇଛି।

ବ୍ୟାଙ୍କ ଅନୁଯାୟୀ , ଗ୍ରାହକ ଆଲର୍ଟ ସର୍ଭିସ ଜରିଆରେ ଆକାଉଣ୍ଟରେ ହୋଇଥିବା ବିଭିନ୍ନ ପ୍ରକାରର ନେଣଦେଣର ସୂଚନା ଏସଏମଏସ ଦ୍ବାରା ମିଳିଥାଏ। ଏବେ ଏହି ସେବାକୁ ଆପଣ ନିଜ ମନ ମୁତାବକ ଆକ୍ଟିଭ, ଡ଼ିଆକ୍ଟିଭ ଏବଂ ଅଫ୍ କରିପାରିବେ। ଆସନ୍ତୁ ଜାଣିବା ତାହାକୁ କରିବାର ଉପାୟ।

state-bank-

-ବ୍ୟାଙ୍କର ସୂଚନା ମୁତାବକ ଆକ୍ଟିଭେଟ ଏବଂ ଡିଆକ୍ଟିଭେଟ୍ କରିବା ପାଇଁ ପ୍ରଥମେ ଏସବିଆଇ ଇଣ୍ଟରନେଟ ବ୍ୟାଙ୍କିଂରେ ଲଗଇନ୍ କରିବାକୁ ପଡ଼ିବ। ଏଥିପାଇଁ ନିଜର ୟୁଜର ଆଇଡ଼ି ଏବଂ ପାସୱାର୍ଡ଼ ଦେବାକୁ ପଡ଼ିବ।

-ଏହାପରେ ଗ୍ରାହକଙ୍କୁ ଏସଏମଏସ ଆଲର୍ଟ ରେଜିଷ୍ଟେସନ୍ /ଅପଡ଼େସନ୍ ପେଜକୁ ଯାଇ ନିଜ ଆକାଉଣ୍ଟକୁ ସିଲେକ୍ଟ କରିବାକୁ ପଡ଼ିବ।

-ଯଦି ଏସବିଆଇର ଗୋଟିଏ ଆକାଉଣ୍ଟ ରହିଛି ତେବେ ତାହା ଆପେଆପେ ସିଲେକ୍ଟ ହୋଇଥିବା ବେଳେ ଯଦି ଏକରୁ ଅଧିକ ଆକାଉଣ୍ଟ ରହିଥିଲେ ଆପଣଙ୍କୁ ଆକାଉଣ୍ଟ ସିଲେକ୍ଟ କରିବାକୁ ପଡ଼ିବ।

-ଗ୍ରାହକ ଏଠାରେ ବିଭିନ୍ନ ଏସଏମଏସ ଆଲର୍ଟକୁ ଚୟନ କରିପାରିବେ। ସେଠାରେ ଚେକ୍ ଷ୍ଟାପ୍ ଏଣ୍ଡ ଚେକ୍ ଡେବଟ୍ କାର୍ଡ଼ ପଚେଜର ଚୟନ କରିପାରିବେ।

-ଏଠାରେ ହଁ କିମ୍ବା ନାଁର ଅପସନ ରହିଥାଏ। ତାହାକୁ ଚୟନ କରି ଅକ୍ଟିଭେଟ ଏବଂ ଡ଼ିଆକ୍ଟିଭେଟ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.