ଖୁବ୍ ଶୀଘ୍ର ଶ୍ରୀମନ୍ଦିର ଆନନ୍ଦ ବଜାରରେ ଲାଗିବ ମହାପ୍ରସାଦ ଦର ତାଲିକା

ପୁରୀ (କେନ୍ୟୁଜ୍) : ଖୁବ୍ ଶୀଘ୍ର ଶ୍ରୀମନ୍ଦିର ଆନନ୍ଦ ବଜାରରେ ଲାଗିବ ମହାପ୍ରସାଦ ଦର ତାଲିକା । ଏଥିପାଇଁ ଆଜିଠାରୁ ପରୀକ୍ଷାମୂଳକ ଭାବେ ମହାପ୍ରସାଦ ରୋଷଇ ହେବ । ମହାପ୍ରସାଦର ଦର ଅସ୍ୱାଭାବିକ ଭାବେ ଦର ବୃଦ୍ଧି ପାଇବା ସହ ଏହାର ମାନ ହ୍ରାସ ନେଇ ଅଭିଯୋଗ ହେଉଥିଲା । ଏବେ ପ୍ରଶାସନ ପକ୍ଷରୁ ରେଟଚାର୍ଟ ପାଇଁ ଆରମ୍ଭ ହୋଇଛି ପ୍ରୟାସ । ରେଟଚାର୍ଟ ମାରିବା ପୂର୍ବରୁ ମହାପ୍ରସାଦକୁ ପରୀକ୍ଷାମୂଳକ ଭାବେ ରୋଷେଇ କରାଯିବ ।

ସାମାନ୍ୟ ଲାଭ ରଖି ରେର୍ଟ ଚାର୍ଟ ପ୍ରସ୍ତୁତ କରାଯିବ । ଏଥିପାଇଁ ସୁଆର ନିଯୋଗ ରାଜି ହୋଇଥିବା ବେଳେ ଏହାକୁ ମନ୍ଦିର ସୁପର ଭାଇଜର ଓ ଦେଉଳ କରଣ ନିରୀକ୍ଷଣ କରିବେ । ମହାପ୍ରସାଦର ମାନ ଓ ଦର ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନର ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.