Below header

୧୦ମ ପାସଙ୍କ ପାଇଁ ରେଲୱେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ଏମିତି କରନ୍ତୁ ଆବେଦନ

ଭାରତୀୟ ରେଲୱେ ଅଧିନରେ ପଶ୍ଚିମ ମଧ୍ୟ ରେଲୱେରେ ବିଭିନ୍ନ ଆପରାଣ୍ଟିସ ପଦବୀରେ ଭର୍ତ୍ତି ପାଇଁ ଅଧିସୂଚନା ଜାରି କରିଛି। ଏଥିରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ୩୦ ଏପ୍ରିଲ ସୁଦ୍ଧା ଅଧିକାରକ ୱେବସାଇଟକୁ ଯାଇ ଆବେଦନ କରିପାରିବେ। ଏହି ଭର୍ତ୍ତି ପ୍ରକ୍ରିୟାରେ ପାଖାପାଖି ୭୧୬ ପଦବୀ ନିଯୁକ୍ତି ପାଇଁ ଆବେଦନପତ୍ର ଗ୍ରହଣ କରାଯାଉଛି।

ପଦବୀ ବିବରଣୀ: ୭୧୬

ଇଲେକ୍ଟ୍ରିସିଆନ: ୧୩୫
ଫିଟର: ୧୦୨
ୱେଲଡର: ୪୩
ପେଣ୍ଟର: ୭୫
ମେସନ: ୬୧
କାରପେଣ୍ଟର: ୭୩
ପ୍ଲମ୍ବର: ୫୮
ବ୍ଲାକ ସ୍ମିଥ: ୬୩
ୱେୟାରମ୍ଯାନ: ୫୦
କମ୍ପ୍ଯୁଟର ପ୍ରୋଗ୍ରାମିଂ ଏବଂ ପ୍ରୋଗ୍ରାମିଂ ସହାୟକ: ୧୦
ମେସିନିଷ୍ଟ: ୫
ଟ୍ରେନର: ୨
ଲ୍ଯାବ ଆସିଷ୍ଟାଣ୍ଟ: ୨
କ୍ରେନ ଆସିଷ୍ଟାଣ୍ଟ: ୨
ଡ୍ରାଫଟମ୍ଯାନ: ୫

ଜରୁରୀ ତାରିଖ: ୩୦ ଏପ୍ରିଲ ଆବେଦନ କରିବାର ଶେଷ ତାରିଖ

ଶିକ୍ଷାଗତ ଯୋଗ୍ଯତା: ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ କୌଣସି ମାନ୍ଯତାପ୍ରାପ୍ତ ବୋଡରୁ ୧୦ମ ପାସ୍ କରିଥିବା ଆବଶ୍ଯକ। ଏହାସହିତ ସମ୍ବନ୍ଧିତ ଟ୍ରେଡରେ ଆଇଟିଆଇ ପ୍ରମାଣପତ୍ର ଥିବା ଆବଶ୍ଯକ।

ଏମିତି କରନ୍ତୁ ଆବେଦନ: ଇଚ୍ଛୁକ ପ୍ରାର୍ଥୀ ୯ ଏପ୍ରିଲ ୨୦୨୧ କିମ୍ବା ତା’ ପୂର୍ବରୁ ଅନଲାଇ ଆବେଦନ କରିପାରିବେ। ଆବେଦନ ଜମା କରିବା ପରେ ପ୍ରିଣ୍ଟଆଉଟ ରଖିଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.