Below header

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ମାହାପ୍ରଭୁଙ୍କ ନିକଟରେ ଅବିର ଓ ଫଗୁ ଲାଗି ହେବ

ପୁରୀ(କେନ୍ୟୁଜ୍):  ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ମାହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ଠାକୁରଙ୍କୁ ଅବିର ଓ ଫଗୁ ଲାଗି ହେବ। ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ମଣି ବିମାନରେ ବସି ଦୋଳବେଦିକୁ ଆସିବେ। ଏଠାରେ ଭକ୍ତ ଓ ସେବାୟତମାନଙ୍କ ସହ ମିଶି ଫଗୁ ଓ ଅବିରରେ ହୋଲି ଖେଳିବେ।

ଘଣ୍ଟ, ଘଣ୍ଟା ଓ କାହାଳୀରେ ପଟୁଆରରେ ଠାକୁରମାନେ ଦୋଳବେଦିରେ ପହଞ୍ଚିବେ। ନୀତି ସାରି ଠାକୁରେ ଶ୍ରୀମନ୍ଦିରକୁ ବାହୁଡିବେ। ପରେ ଦାରୁ ଦିଅଁଙ୍କ ସୁନାବେଶ ଓଲାଗି ହୋଇ ମହାସ୍ନାନ କରାଯିବ। ଅନ୍ୟାନ୍ୟ ସ୍ଥିତି ସହ ସନ୍ଧ୍ୟା ଆଳତି, ଚନ୍ଦନ ଲାଗି, ବଡସିଂହାର ବେଶ ଓ ଭୋଗ ହୋଇ ଠାକୁରଙ୍କ ରାତ୍ର ପହୁଡ ହେବ। ମଠ ବାଡି ସମେତ ବିଭିନ୍ନ ଧର୍ମାନୁଷ୍ଠାନରେ ମଧ୍ୟ ଦୋଳପୂର୍ଣ୍ଣିମା ଅନୁଷ୍ଠିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.