ଏଠାରେ କୁକୁର ଓ ଘୋଡ଼ାଙ୍କୁ ମିଳିବ ପେନ୍‌ସନ୍‌, ଜାଣନ୍ତୁ କ’ଣ ରହିଛି ସରକାରୀ ଯୋଜନା

ସାଧାରଣତଃ ଚାକିରିରୁ ଅବସର ନେବା ପରେ ପେନ୍‌ସନ୍‌ ମିଳେ। ଏହି ନିୟମ କେବଳ ମଣିଷଙ୍କ ପାଇଁ ଲାଗୁ ହୋଇଥାଏ। କିନ୍ତୁ ପୋଲାଣ୍ଡ ସରକାର ଏବେ ପୋଲିସ, ବର୍ଡର ଗାର୍ଡ ଓ ଦମକଳ ବିଭାଗରୁ ଅବସର ନେଇଥିବା କୁକୁର ଓ ଘୋଡ଼ାଙ୍କୁ ପେନ୍‌ସନ୍‌ ଦେବାକୁ ଯୋଜନା କରୁଛି। ଏଭଳି ଯୋଜନା କରିବା ପଛରେ ଏକ ମହତ କାରଣ ବି ରହିଛି। ତାହା ହେଉଛି ସେବାରୁ ଅବସର ନେବା ପରେ ତାଙ୍କୁ ଯେମିତି ସାମାଜିକ ସୁରକ୍ଷା ମିଳିବ।

ବର୍ତ୍ତମାନ ସେବାନିବୃତ୍ତ କୁକୁର ଓ ଘୋଡ଼ାଙ୍କୁ ସରକାରୀ ସାହାଯ୍ୟ ମିଳୁନାହିଁ। ସେମାନଙ୍କୁ ଅବସର ପରେ ବେସରକାରୀ ସଂଗଠନକୁ ଦିଆଯାଉଛି। ମାତ୍ର ଆଗକୁ ଆଉ ସେଭଳି ହେବ ନାହିଁ। ସୁରକ୍ଷା ବଳ ଓ ପୋଲିସର ସଦସ୍ୟଙ୍କ ଅପିଲ ପରେ ଗୃହ ମନ୍ତ୍ରଣାଳୟ ଏକ ନୂଆ ଆଇନ୍‌ ଗୃହୀତ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ନୂଆ ଯୋଜନାରେ ସେବାରୁ ଅବସର ନେଇଥିବା କୁକୁର ଓ ଘୋଡ଼ାଙ୍କୁ ପେନ୍‌ସନ୍‌ ମିଳିବ। ଫଳରେ ସେମାନଙ୍କ ନୂଆ ମାଲିକଙ୍କୁ ତାଙ୍କ ଭରଣପୋଷଣ କରିବା ବେଳେ ଟଙ୍କା ଖର୍ଚ୍ଚ କରିବା ଟେନ୍‌ସନ୍‌ ନେବାକୁ ପଡ଼ିବ ନାହିଁ।

ତେବେ ଗୃହ ମନ୍ତ୍ରୀ ମରିସ୍‌ କମିନ୍ସକୀ ଏହି ପ୍ରସ୍ତାବିତ ଆଇନ୍‌କୁ ନୈତିକ ଦାୟିତ୍ୱ ବୋଲି କହିଛନ୍ତି। ଏଥିସହ ସଂସଦରେ ଏହାକୁ ସମସ୍ତେ ସହମତି ଜଣାଇବାକୁ ସେ ଅନୁରୋଧ କରିଛନ୍ତି। ଏହି ବିଧେୟକ ବର୍ଷ ଶେଷରେ ସଂସଦରେ ଉପସ୍ଥାପିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.