Below header

ନ୍ୟୁୟର୍କରେ ଖୋଲିଥିବା ନୂଆ ରେସ୍ତୋରାଁର ମେନ୍ୟୁ ସେୟାର କଲେ ପ୍ରିୟଙ୍କା ଚୋପ୍ରା, ପରଷିବେ ଦୋସା-ପକୁଡ଼ି; ଦେଖନ୍ତୁ ଫଟୋ

ନ୍ୟୁୟର୍କରେ ଖୋଲିଥିବା ନିଜର ନୂଆ ରେଷ୍ଟୁରାଣ୍ଟରେ ଭାରତୀୟ ଦେଶୀ ଖାଇବା ପରଷିବେ ପ୍ରିୟଙ୍କା ଚୋପ୍ରା, ଯାହାର ଫଟୋକୁ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ସେୟାର କରିଛନ୍ତି। ଭଳି ଭଳିକି ଭାରତୀୟ ଖାଦ୍ୟର ଟେଷ୍ଟକୁ ଆମେରିକା ଲୋକଙ୍କୁ ଚଖାଇବାକୁ ଯୋଜନା କରୁଛନ୍ତି ପ୍ରିୟଙ୍କା ଚୋପ୍ରା। ଏଥିସହ ଭାରତୀୟଙ୍କୁ ଆମେରିକାରେ ମଧ୍ୟ ଦେଶୀ ଟେଷ୍ଟ ଦେବାକୁ ସେ ପ୍ଲାନ୍‌ କରିଛନ୍ତି।

ନିକଟରେ ଆମେରିକାରେ ନିଜର ଗ୍ରାଣ୍ଡ୍‌ ରେସ୍ତୋରାଁ ଖୋଲିଛନ୍ତି ପ୍ରିୟଙ୍କା ଚୋପ୍ରା। ଏହି ନୂଆ ରୋସ୍ତୋରାଁର ନାଁ ରଖିଛନ୍ତି ସୋନା। ନ୍ୟୁୟର୍କର ଏହି ରେସ୍ତୋରାଁର ଅନେକ ଗୁଡ଼ିଏ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

 

View this post on Instagram

 

A post shared by Maneesh K. Goyal (@maneeshkgoyal)

ଫଟୋ ସହ ଏବେ ରେସ୍ତୋରାଁର ମେନ୍ୟୁ ବି ସେୟାର କରିଛନ୍ତି ପ୍ରିୟଙ୍କା, ଯାହାକୁ ଦେଖିଲେ ଆପଣଙ୍କ ପାଟିରୁ ଲାଳ ଗଡ଼ିବ। ପ୍ରିୟଙ୍କା ଏହି ରେସ୍ତୋରାଁରେ ଦୋସା, ନାନ୍‌, ଚଟଣୀ, ଡେଜର୍ଟ ଆଦି ପରଷିବେ। ଏହାର ଫଟୋକୁ ପ୍ରିୟଙ୍କା ସେୟାର କରିଛନ୍ତି।

 

View this post on Instagram

 

A post shared by Maneesh K. Goyal (@maneeshkgoyal)

ପ୍ରିୟଙ୍କାର ଏହି ସୋନା ରେସ୍ତୋରାଁରେ ଦହି କଚୋଡି, କୁଲଛା, କୋଫତା କୋରମା, ବକେଟ୍‌ ହ୍ଵିଟ୍‌ ଭେଲ, ଫିଶ କରୀ, ବଟର ଚିକେନ୍‌ ସମେତ ଅନେକ ଭାରତୀୟ ଖାଦ୍ୟ ରହିଛି। ଖାଦ୍ୟ ଫଟୋ ସେୟାର କରି ପ୍ରିୟଙ୍କା ଲେଖିଛନ୍ତି- ସ୍ୱାଦିଷ୍ଟ ଭାରତୀୟ ଖାଦ୍ୟ ପାଇଁ ଯେଉଁ ଲୋଭ ଆରମ୍ଭ ହୋଇଥିଲା, ତାହା ଏବେ ଭଲ ପାଇବାରେ ବଦଳିଯାଇଛି। ଆପଣ ସମସ୍ତଙ୍କୁ ଏଠାକୁ ସ୍ୱାଗତ କରିବାକୁ ନ୍ୟୁୟର୍କ ସହର ମଝିରେ ଭାରତକୁ ଅନୁଭବ କରାଇବାକୁ ମୁଁ ଆଉ ଅପେକ୍ଷା କରିପାରୁନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.