Below header

ନିର୍ବାଚନ ରଣାଙ୍ଗନରେ ଓଲିଉଡ ଷ୍ଟାର

ନିର୍ବାଚନ ରଣାଙ୍ଗନରେ ଓଲିଉଡ ଷ୍ଟାର । ଏଥର ଓଲିଉଡର କିଛି ଷ୍ଟାର ନିର୍ବାଚନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ।

କେନ୍ୟୁଜ: ନିର୍ବାଚନ ରଣାଙ୍ଗନରେ ଓଲିଉଡ ଷ୍ଟାର । ଏଥର ଓଲିଉଡର କିଛି ଷ୍ଟାର ନିର୍ବାଚନରେ ଭାଗ୍ୟ ପରୀକ୍ଷା କରୁଛନ୍ତି । ବଡ଼ଚଣାରେ ବିଜେଡି ଟିକେଟରେ ଲଢୁଛନ୍ତି ବର୍ଷା ପ୍ରିୟଦର୍ଶନୀ । ନିର୍ବାଚନମଣ୍ଡଳୀରେ ସେ ଜୋରଦାର ପ୍ରଚାର ଚଳାଇଛନ୍ତି । ତେବେ ବିଜେପି ଟିକେଟରେ ନିର୍ବାଚନ ଲଢୁଛନ୍ତି ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ ଓ ଅରିନ୍ଦମ ରାୟ । ୨୦୦୯ରେ ବିଜେଡି ଟିକେଟରେ ବ୍ରହ୍ମପୁର ଲୋକସଭା ଆସନରୁ ସାଂସଦ ହୋଇଥିଲେ ସିନେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ।

ଏଥର ସେ ବିଜେପିରୁ ଦିଗପହଣ୍ଡି ଆସନରେ ପ୍ରାର୍ଥୀ ହୋଇଛନ୍ତି । ୨୦୧୪ ନିର୍ବାଚନରେ କୋରେଇ ଆସନରୁ ବିଜେଡି ଟିକେଟରେ ଜିତିଥିଲେ ଆକାଶ ଦାସନାୟକ । ଏଥର ସେ ବିଜେପି ଟିକେଟରେ କୋରେଇ ଆସନରୁ ଭାଗ୍ୟ ପରୀକ୍ଷା କରୁଛନ୍ତି । ସେହିପରି ଅରିନ୍ଦମ ରାୟଙ୍କୁ ବିଜେପି ସାଲେପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିଛି । ତେବେ ସାଂସବ ଅନୁଭବ ମହାନ୍ତି ବିଜେପିରେ ଯୋଗ ଦେଇଥିଲେ ମଧ୍ୟ ଦଳ ତାଙ୍କୁ କୌଣସି ଆସନରୁ ପ୍ରାର୍ଥୀ କରିନାହିଁ ।

ଏଥର ସିନେ ଅଭିନେତା ମନୋଜ ମିଶ୍ର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ବଲାଙ୍ଗୀର ଲୋକସଭା ଆସନ ପାଇଁ ତାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଓଡିଶା ରାଜନୀତିରେ ବିଭିନ୍ନ ଦଳରେ ଅଭିନେତା ଯୋଗ ଦେଇ ରାଜନେତା ପାଲଟିଛନ୍ତି । କିନ୍ତୁ ନିର୍ବାଚନରେ ଅଣବିଜେଡି ଓଲିଉଡ ଷ୍ଟାର କମ ସଫଳ ହୋଇଛନ୍ତି ।

ଓଡ଼ିଶା ରାଜନୀତିରେ ସିନେଷ୍ଟାରଙ୍କ ପ୍ରବେଶ କ୍ଷେତ୍ରରେ ପ୍ରଶାନ୍ତ ନନ୍ଦ ପ୍ରଥମ ବଡ଼ ଷ୍ଟାର । ବିଜେପିରୁ ୨୦୦୦ରେ ବେଗୁନିଆ ଆସନରୁ ଜିତିଥିଲେ ପ୍ରଶାନ୍ତ ନନ୍ଦ । ପରେ ୨୦୦୯ରେ ଏନସିପି ଟିକେଟରେ ବେଗୁନିଆରୁ ବିଧାନସଭା ଯାଇଥିଲେ। ଏବେ ସେ ବିଜେଡିରେ ଅଛନ୍ତି । ୨୦୧୮ରୁ ରାଜ୍ୟସଭା ସଦସ୍ୟ ଥିଲେ । ଏଥର ନିର୍ବାଚନରେ ତିନି ଦଳରୁ ଓଲିଉଡ ଷ୍ଟାର ପ୍ରାର୍ଥୀ ହୋଇଥିବା ବେଳେ କେତେ ସିନେ ଷ୍ଟାର ଜିତିବେ ତାହା ଦେଖିବାକୁ ବାକି ରହିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.