୪୮ ମେଗାପିକ୍ସଲ କ୍ୟାମେରା ସହ ଲଞ୍ଚ ହେଲା ଅନର ଭିୟୁ ୨୦ , ଜାଣନ୍ତୁ କେତେ ରହିଛି ମୂଲ୍ୟ

ନୂଆଦିଲ୍ଲୀ : ଚାଇନା ସ୍ମାର୍ଟଫୋନ କମ୍ପାନି ହୁୱାଇ ନିଜର ୪୮ ମେଗାପିକ୍ସଲ କ୍ୟାମେରା ବିଶିଷ୍ଟ ନୂଆ ସ୍ମାର୍ଟଫୋନ ଅନର ଭି୨୦ ଏବେ ଲଞ୍ଚ କରିଛି। ଏହାକୁ ପ୍ୟାରିସର ଏକ ଇଭେଣ୍ଟରେ ଲଞ୍ଚ କରାଯାଇଛି। ଏଥିରେ ବିଭିନ୍ନ ଅପଡେଟେଡ ଫିଚର ରହିଥିବା ବେଳେ ଏହାକୁ ୨୯ ଜାନୁଆରୀରେ ଭାରତରେ ଲଞ୍ଚ କରାଯିବା ବୋଲି ସୂଚନା ରହିଛି। ତେବେ ଆସନ୍ତୁ ଜାଣିବା କଣ ରହିଛି ସ୍ମାର୍ଟଫୋନର ଫିଚର ଏବଂ ମୂଲ୍ୟ ।

Honor-View10-6

ଅନର ଭିୟୁ ୧୦ର ଦୁଇଟି ବେରିଏଣ୍ଟକୁ ଲଞ୍ଚ କରାଯାଇଛି। ୟୁରୋପରେ ଏହାର ୬/୧୨୮ ଜିବି ବେରିଏଣ୍ଟର ମୂଲ୍ୟ ୫୬୯ ୟୁରୋ ରହିଥିବା ବେଳେ ତାହା ଭାରତୀୟ ମୁଦ୍ରାରେ ପାଖାପାଖି ୪୬,୦୦୦ ଟଙ୍କା ହେଉଛି। ସେହିଭଳି ୮/୨୫୬ ଜିବି ବେରିଏଣ୍ଟର ମୂଲ୍ୟ ୬୪୯ ୟୁରୋ ଅର୍ଥାତ୍ ୫୨,୫୦୦ଟଙ୍କା ରହିଛି। ସ୍ମାର୍ଟଫୋନକୁ ଫେଣ୍ଟମ୍ ବ୍ଳୁ ଏବଂ ଫେଣ୍ଟମ ରେଡ ରଙ୍ଗରେ ଲଞ୍ଚ କରିବ।

honorview20

ସ୍ପେସିଫିକେସନ୍ :

ଅନର ଭିୟୁ ୨୦ ଆଉଟ ବକ୍ସ ଏଡ୍ରୋଏଡ଼ ୯.୦ ପାଏର ବେଷ୍ଟ ମ୍ୟାଜିକ୍ ୟୁଆଇରେ ଚାଲିବ। ଏଥିରେ ୬.୪ ଇଞ୍ଚ ଫୁଲ ଏଚଡି+ ଡିସପ୍ଲେ ରହିଛି। ତେବେ ଫୋନରେ ମାକ୍ରୋଏସଡି କାର୍ଡ ସପୋର୍ଟ ମିଳିବ ନାହିଁ। ଏଥିରେ ସୁପରଫାଷ୍ଟ ୪୦୦୦ ଏମଏଏଚ୍ ଚାର୍ଜି ସପୋର୍ଟ ଥିବା ବ୍ୟାଟେରୀ ଦିଆଯାଇଛି। ଅନର ଭିୟୁ ୨୦ରେ ୪୮ ମେଗାପିକ୍ସଲ ପ୍ରାଇମେରୀ କ୍ୟାମେରା ରହିଥିବା ବେବେ ଫ୍ରଣ୍ଟ ପ୍ୟାନେଲରେ ୨୫ ମେଗାପିକ୍ସଲ କ୍ୟାମେରା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.