Below header

ନାପିଏର୍‌ ଜିତ୍‌ ପରେ ମସ୍ତି, ଦେଖନ୍ତୁ ଭିଡିଓ

ନାପିଏର୍‌ : ଆରମ୍ଭରୁ ଭଲ ତ ପୂରା ସିରିଜ୍‌ ଭଲରେ ଯିବ । ପ୍ରଥମ ମ୍ୟାଚ୍‌ ଅତି ସହଜରେ ଜିତିଗଲା ଭାରତୀୟ ଦଳ । ଘରୋଇ ନ୍ୟୁଜିଲାଣ୍ଡ ବି ଆଶା କରି ନଥିଲା ପ୍ରଥମ ଦିନିକିଆରେ ଏଭଳି ଶୋଚନୀୟ ଭାବେ ପରାସ୍ତ ହେବ । ସେହିଭଳି ବିରାଟ ବାହିନୀ ବି ଏତେ ଶସ୍ତାରେ ବିଜୟ ମିଳିଯିବ ବୋଲି ଅନୁମାନ କରି ନଥିଲା । ତେବେ ଗତକାଲି ପ୍ରଥମ ମ୍ୟାଚ୍‌କୁ ୮ ଓ୍ଵିକେଟ୍‌ରେ ଜିତିବା ପରେ ବେଶ୍‌ ଖୁସି ଥିଲେ ଭାରତୀୟ ଦଳର ଖେଳାଳି । ବିଶେଷ କରି ଅଧିନାୟକ ବିରାଟ କୋହଲି ଏବଂ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଖୁବ୍‌ ମସ୍ତି କରିଥିଲେ ଖେଳ ଶେଷ ହେବା ପରେ ସେମାନେ ପଡ଼ିଆରେ ରୋଲର ଉପରେ ବୁଲିବାର ଭିଡିଓ ଆସିଛି ।

KULDIP AND CHAHAL
‘କୁଲ-ଚା’ : କୁଲଦୀପ ଯାଦବ ଓ ଯୁଜବେନ୍ଦ୍ର ଚହଲ

ସେହିଭଳି ‘କୁଲ-ଚା’ ଅର୍ଥାତ କୁଲଦୀପ ଯାଦବ ଓ ଯୁଜବେନ୍ଦ୍ର ଚହଲଙ୍କର ମଧ୍ୟ ଖୁସିରେ ସୀମା ନାହିଁ । ଖୁସିବାସିଆ ପିଲା ଚହଲ ତାଙ୍କ ମୋବାଇଲ୍‌ରେ ସବୁ ବେଳେ କାହାର ନା କାହାର ଇଣ୍ଟରଭ୍ୟୁ ନେଉଥିବା ଦେଖା ଯାଉଛି । ନାଁ ଦିଆଯାଇଛି ‘ଚହଲ ଟିଭି’ । ଚହଲ କୁଲଦୀପଙ୍କ ସହ ମସ୍ତି କରୁଛନ୍ତି । ଦେଖନ୍ତୁ ବିରାଟ ଓ ଧୋନି ଏବଂ ଚହଲ ଓ କୁଲଦୀପଙ୍କ ଭିଡିଓ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.