Auto Expo 2020ରେ Maruti Suzuki ର ଇଲେକ୍ଟିକ୍ କନ୍ସେପ୍ଟ କାର FUTURO-e ଉପରୁ ଉଠିଲା ପରଦା, ଡିଜାଇନ୍ ଦେଖିଲେ ଲାଖିଯିବ ଆଖି

Auto Expo 2020ରେ Maruti Suzuki ନିଜ କନ୍ସେପ୍ଟ ଇଲେକ୍ଟ୍ରିକ୍ କାର FUTURO-e ଉପରୁ ପର୍ଦ୍ଦା ଉଠାଇଛି। ଦେଶର ସବୁଠାରୁ ବଡ଼ କାର ନିର୍ମାତା କମ୍ପାନୀ Maruti Suzuki ଏହି ନୂଆ କାର୍କୁ ମିଶନ ଗ୍ରୀନ୍ ମିଲିୟନ୍ ଥିମ୍ରେ ଡିଜାଇନ୍ କରିଛି। ଏହି କାର୍ର ଡିଜାଇନ୍ ଏତେ ଆକର୍ଷଣୀୟ ହୋଇଛି ଯେ ଯିଏ ଥରେ ଦେଖିବ ସେ ଆଉ ଥରେ ନିହାତି ଫେରିଚାହିଁବ। ସୂଚନାଯୋଗ୍ୟ ଯେ ମାରୁତି ସୁଜୁକି ଏହି କାରକୁ ଗ୍ରୀନ୍ ମୋବିଲିଟି ଯୋଜନା ଅନ୍ତର୍ଗତ ତିଆରି କରିଛି।
Maruti Suzuki ର କନ୍ସେପ୍ଟ ଇଲେକ୍ଟ୍ରିକ୍ କାର FUTURO-e ରେ ଆପଣଙ୍କୁ SUV କୁପେ ବାଲାନ୍ଦ ଡିଜାଇନ୍ ମିଳିବ। ଏହାର ଲୁକ୍ ଦମ୍ଦାର ରହିଛି। କାରର ସାମ୍ନାପଟ ଡିଜାଇନ୍ ଅନ୍ୟ କାର ଅପେକ୍ଷା ଭିନ୍ନ ରହିଛି। ଏହାର ଆଗ ଓ ପଛ ପାଖର ଡିଜାଇନ ଭିନ୍ନ ଭିନ୍ନ ରହିଛି। କାରର ବମ୍ପରରେ ଗ୍ରାଫିକ୍ସ ଏଲିମେଣ୍ଟଯୁକ୍ତ ଲେୟର୍ଡ ଫିନିସିଂ ଦିଆଯାଇଛି। କାର୍ରେ ସିଲଭର ନେବୁଲା ମ୍ୟାଟ୍ ବଡି କଲର ଥିମ୍ ଦିଆଯାଇଛି।
FUTURO-e କୁ ଜିଓ ଅର୍ଗାନିକ ଷ୍ଟ୍ରକଚରଲ ଫର୍ମ୍ସରେ ତିଆରି କରାଯାଇଛି। ଏହା ମୁଡ୍ ଓ ପରିସ୍ଥିତି ଅନୁସାରେ ରଙ୍ଗ ପରିବର୍ତ୍ତନ କରିପାରିବ। ଆରାମରେ ବସିବା ପାଇଁ କାରର ସିଟ୍କୁ ଫ୍ଲେକ୍ସିବଲ ଟ୍ରାଭେଲ ସିଟ୍ସ କରଯାଇଛି। ଏଥିରେ ଆପଣଙ୍କୁ ବ୍ଲୁ ଓ ଆଇଭେରୀ ହାଇ କନ୍ଟ୍ରାଷ୍ଟ କଲର ସ୍କିମ୍ ମିଳିବ।
FUTURO-e ର ଲୁକ୍ ଖାସ୍ କରି ଯୁବପିଢ଼ିଙ୍କ ପସନ୍ଦଙ୍କୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି। ଏହା ବ୍ୟତୀତ ଏଥିରେ ରାଇଡିଂ ଏକ୍ସପିରିୟନ୍ସ ପାଇଁ ପ୍ରିମିୟମ୍ ଫିଚର୍ସ ଦିଆଯାଇଛି। ଲମ୍ବା ଯାତ୍ରା ପାଇଁ ଏହି କାର୍ ପରଫେକ୍ଟ ବୋଲି ଜଣାଯାଇଛି।