ଭୁବନେଶ୍ବର: ସାବଧାନ ଗାଡ଼ି ଚାଳକ! ଏଣିକି ରଙ୍ଗରୁଟ୍‌ରେ ଗାଡି ଚଲାଇଲେ ଟାୟାର ହେବ ଲିକ୍‌

କେନ୍ୟୁଜ୍(ବ୍ୟୁରୋ): ସାବଧାନ ଗାଡ଼ି ଚାଳକ! ଏଣିକି ରଙ୍ଗରୁଟ୍‌ରେ ଗାଡି ଚଲାଇଲେ ଟାୟାର ଲିକ୍‌ ହେବ ! ରଙ୍ଗରୁଟ୍‌ ଡ୍ରାଇଭିଂ ରୋକିବାକୁ କମିଶନରେଟ ପୋଲିସ ଲଗାଇବାକୁ ଯାଉଛି ସ୍ପାଇକ୍‌ ବାରିଅର। କଟକ-ଭୁବନେଶ୍ୱରରେ ୨୪୨ଟି ରଙ୍ଗ୍‌ ରୁଟ୍‌ ସ୍ଥାନ ଚିହ୍ନଟ ହୋଇଛି। ଏହା ଭିତରୁ ୩୨ଟି ଅତି ସମ୍ବେଦନଶୀଳ ସ୍ଥାନ । ପ୍ରଥମ ପଯ୍ୟାର୍ୟରେ ରସୁଲଗଡ ସ୍ଥିତ ଏସପ୍ଲାନେଡ୍‌ ମଲ୍‌ ପାଖରେ ପରୀକ୍ଷାମୂଳକ ଭାବେ ଲାଗିବ ସ୍ପାଇକ୍‌ ବାରିଅର । ଅର୍ଥାତ ଯେଉଁ ରାସ୍ତାରେ ଏହି ବେରିଅର ଲାଗିଥିବା ସେହି ରାସ୍ତାରେ  ସିଧା ଯାଇହେବ  କିନ୍ତୁ ବାମପଟକୁ ଯୂଟର୍ଣ୍ଣ ମାରି ରଙ୍ଗରେ ଯାଇହେବ ନାହିଁ। ଯଦି କେହି ଯାଏ ତେବେ ତାର ଗାଡି ଚକା ଲିକ ହେବ ସୁନିଶ୍ଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.