କରୋନା ଭାଇରସ୍‌ ଯୋଗୁ ଚିନ୍ତାରେ ଅଛନ୍ତି କି, ଷ୍ଟ୍ରେସ୍‌ରୁ ମୁକ୍ତି ପାଇବାକୁ ଚିଲ୍ଲାଇବା ସହ କରନ୍ତୁ ଏସବୁ କାମ

କରୋନା ଭାଇରସ୍‌କୁ ନେଇ ଏବେ ସମସ୍ତଙ୍କ ମନରେ ଭୟ ଦେଖିବାକୁ ମିଳିଛି। ଏଣୁ ସାମାନ୍ୟ କାଶ ଥଣ୍ଡା ହେଲେ ଏବେ ଲୋକେ ଡାକ୍ତରଙ୍କ ପାଖକୁ ଦୌଡ଼ୁଛନ୍ତି। କାଳେ ଏହି କାଶ ଥଣ୍ଡା ପରେ କରୋନାର ରୂପ ନେବ, ତାହା ଚିନ୍ତା କରି ଲୋକେ ପୂର୍ବରୁ ହିଁ ସଚେତନ ହେଉଥିବା ଦେଖାଯାଇଛି। ଆପଣ ବି ଯଦି କରୋନା ଭାଇରସ୍‌ ଯୋଗୁ ଆତଙ୍କିତ ଅଛନ୍ତି ତେବେ ଆଦୌ ଭୟଭୀତ ହୁଅନ୍ତୁ ନାହିଁ, ଏହାକୁ ସାହାସିକତାର ସହ ସାମ୍ନା କରନ୍ତୁ। ଯଦି ପାରୁଛନ୍ତି ଗୀତ ଗାଆନ୍ତୁ, ବହି ପଢ଼ନ୍ତୁ ଓ ଅନ୍ୟ କାମରେ ନିଜକୁ ବ୍ୟସ୍ତ ରଖନ୍ତୁ। ଏହା ଦ୍ୱାରା ମଧ୍ୟ ଆପଣ ଚିନ୍ତାମୁକ୍ତ ରହିପାରିବେ।

କରୋନା ଭାଇରସ୍‌ ସହ ଲଢ଼ିବା ପାଇଁ ମାନସିକ ଭାବେ ସଂଘର୍ଷ କରୁଥିବା ଚୀନ ଲୋକଙ୍କୁ ବିଭିନ୍ନ ପ୍ରକାରର ପରାମର୍ଶ ଦିଆଯାଉଛି। ସେଥିରୁ କେତେକ ଏତେ ଅଦ୍ଭୁତ ଯେ ଶୁଣିଲେ ଆପଣ ବିଶ୍ୱାସ କରିବେନି। କରୋନା ଭାଇରସ୍‌ର ଚିନ୍ତାରୁ ମୁକ୍ତି ପାଇବାକୁ ନିମ୍ନୋକ୍ତ ଉପାୟ ଆପଣାନ୍ତୁ…

Image result for cry"

 

ଜୋର୍‌ରେ ଚିଲ୍ଲାନ୍ତୁ ଓ କାନ୍ଦନ୍ତୁ:

ବେଜିଂର ଏକ ହସ୍ପିଟାଲର ଡାକ୍ତର ୟାଙ୍ଗ ଫୁଡ୍‌ କହିଛନ୍ତି ଯେ କରୋନା ଭାଇରସ୍‌ ସହ ଲଢ଼ିବା ବେଳେ ଯଦି ଆପଣ ନିଜ ଇମୋସନ ବା ଭାବନାକୁ ନିୟନ୍ତ୍ରଣରେ ରଖିପାରୁନାହାନ୍ତି, ତେବେ କୌଣସି ଶୂନଶାନ ସ୍ଥାନକୁ ଯାଇ ଜୋରରେ ଚିଲ୍ଲାନ୍ତୁ ଓ କାନ୍ଦନ୍ତୁ। କାରଣ କାନ୍ଦିବା ପରେ ମନ ହାଲ୍‌କା ଲାଗେ ଓ ଷ୍ଟ୍ରେସ୍‌ କମିଯାଏ।

Image result for cry out loud"

ବୁଝିବିଚାରି କାମ କରନ୍ତୁ:

କରୋନା ଭାଇରସ୍‌ ବ୍ୟାପିବା ପରେ ଚୀନର ଲୋକଙ୍କୁ ବୁଝିବିଚାରି କାମ କରିବାକୁ କୁହାଯାଉଛି। ଲୋକଙ୍କ ମଧ୍ୟରେ ଏହି ଭାଇରସ୍‌କୁ ନେଇ ସଚେତନା ସୃଷ୍ଟି କରିବାକୁ ବେଜିଂ ପଶ୍ଚିମ ରେଳ ଷ୍ଟେସନ୍‌ରେ ଏକ ବ୍ୟାନରରେ ଲେଖାଯାଇଛି,‘ସୁରକ୍ଷାକୁ ମଜଭୁତ କରନ୍ତୁ, ଶାନ୍ତ ରୁହନ୍ତୁ, ବିଜ୍ଞାନ ଉପରେ ବିଶ୍ୱାସ ରଖନ୍ତୁ ଓ ମିଥ୍ୟା ଅପପ୍ରଚାର କରନ୍ତୁ ନାହିଁ’।

ବ୍ୟାନର ମାଧ୍ୟମରେ ସଚେତନତା:

ଚୀନର ବିଭିନ୍ନ ସ୍ଥାନରେ ବ୍ୟାନର ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଛି। ଲୋକଙ୍କୁ ଅଯଥା ଭୟ ନ କରିବା ପାଇଁ ପରାମର୍ଶ ଦିଆଯାଇଛି। କେବଳ ସେତିକି ନୁହେଁ ଦରକାର ନ ପଡ଼ିଲେ ଘରୁ ବାହାରିବାକୁ ମଧ୍ୟ ମନା କରାଯାଇଛି। ଏହା ବ୍ୟତୀତ ନିୟମିତ ହାତ ଧୋଇବା, ଭଲ ଭାବେ ଗାଧୋଇବା ଓ ଆଖପାଖର ଅଞ୍ଚଳକୁ ପରିଷ୍କାର ରଖିବାକୁ ଲୋକଙ୍କୁ ବୁଝାଯାଉଛି।

Image result for banner in china for corona"

ସୋସିଆଲ ମିଡିଆର ବ୍ୟବହାର:

ଚୀନ୍‌ରେ ବର୍ତ୍ତମାନ ସ୍ଥିତି ସାଂଘାତିକ ଥିବାରୁ ଲୋକମାନେ ଘରୁ ନ ବାହାରି ୨୪ ଘଣ୍ଟା ଘରେ ରହୁଛନ୍ତି। ଏଣୁ ସେମାନେ Weibo ଭଳି ସୋସିଆଲ ମିଡିଆକୁ ବହୁଳ ଭାବେ ବ୍ୟବହାର କରୁଛନ୍ତି। କିଛି ଲୋକ ଏହି ଆପ୍‌ ମାଧ୍ୟମରେ ସଚେତନା ସୃଷ୍ଟି କରୁଛନ୍ତି ତ ଆଉ କିଛି ଲୋକ ମାହୋଲକୁ ଥଣ୍ଡା ରଖିବାକୁ ମଜାଳିଆ ପୋଷ୍ଟ କରୁଥିବା ଦେଖାଯାଇଛି।

Image result for banner in china for corona"

ଘର ଭିତରେ ବ୍ୟାଡମିଣ୍ଟନ ଖେଳିବା:

ଘର ଭିତରେ ଅଧିକ ସମୟ ରହୁଥିବାରୁ କିଛି ଲୋକ ପଡ଼ିଆକୁ ନ ଯାଇ ପରିବାର ଲୋକଙ୍କ ସହ ଘରେ ହିଁ ବ୍ୟାଡମିଣ୍ଟନ ଖେଳୁଥିବା ଦେଖାଯାଇଛି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି। ଏହି ପୋଷ୍ଟରେ ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି ‘ଗତ ୧୦ ଦିନ ହେଲା ଘରେ ବନ୍ଦ ଅଛି। ଦିନ କେତେବେଳେ ହେଉଛି ରାତି କେତେବେଳେ ହେଉଛି କିଛି ଜଣାପଡ଼ୁନାହିଁ’।

Image result for banner in china for corona"

ଘରେ ଏକ୍ସରସାଇଜ୍‌ କରନ୍ତୁ:

ଘରେ ବନ୍ଦ ଥିବାରୁ ଲୋକମାନେ ବାହାରକୁ ବାହାରି ବ୍ୟାୟାମ ଯୋଗ ଆଦି କରିପାରୁନାହାନ୍ତି। ଏଣୁ ଷ୍ଟ୍ରେସ୍‌ କମ୍‌ କରିବା ପାଇଁ ଲୋକମାନେ ଏକ୍ସରସାଇଜ୍‌ ଓ କୁକିଂ କରିବାକୁ ପସନ୍ଦ କରୁଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.