Below header

ଏବେ ପୋଷ୍ଟ ଅଫିସରେ କରିହେବ ମୋବାଇଲ ଓ ଡିଟିଏଚ୍‌ ରିଚାର୍ଜ, ଆରମ୍ଭ ହେଲା ନୂଆ ଯୋଜନା

ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବା ସହ ଡାକ ବିଭାଗ ଉତ୍ତର ପ୍ରଦେଶରେ ସାଧାରଣ ଜନତାଙ୍କ ସହ ଜଡ଼ିତ କେତେକ ଗୁରୁତ୍ୱପୂର୍ଣ୍ଣ ସେବା ଆରମ୍ଭ କରିବାକୁ ଯାଉଛି, ଯେଉଁଥିରେ ଲୋକଙ୍କୁ ଫାଇଦା ହେବ। ଏଥିରେ ଆଧାର ସେବା ସହ ମୋବାଇଲ, ଡିଟିଏଚ୍‌ ରିଚାର୍ଜ, ପେନ୍‌ସନ ସେବା ସହ ବସ୍‌ ଓ ଉଡ଼ାଜାହଜ ଯାତ୍ରା ଟିକେଟ୍‌ ସାମିଲ ରହିଛି। ଲୋକମାନେ ଏବେ ଡାକଘରେ ବିଜୁଳି ବିଲ୍‌ ପଇଠ, ନୂଆ ସଂଯୋଗ ପାଇଁ ଆବେଦନ, ଓ୍ଵାଟର କନେକ୍ସନ୍‌, ଓ୍ଵାଟର ବିଲ୍‌ ପେମେଣ୍ଟ ସହ ଅନ୍ୟ ସେବାର ଲାଭ ମଧ୍ୟ ଉଠାଇପାରିବେ। ଏ ସମସ୍ତ ସୁବିଧା କମନ ସର୍ଭିସ ସେଣ୍ଟର (CSC) ଅନ୍ତର୍ଗତ ଉପଲବ୍ଧ ହେଉଛି।

Related image

 

ଏପ୍ରିଲ ୧ରୁ ଉତ୍ତର ପ୍ରଦେଶର ଡାକଘରେ ଏ ସମସ୍ତ ସୁବିଧା ଉପଲବ୍ଧ ହେବାକୁ ଯାଉଛି। ଏଥିସହ ସରକାର ସାରା ଦେଶରେ ଡାକଘରେ ଏହି ସୁବିଧାକୁ ପ୍ରଚଳନ କରିବା ଉପରେ ବିଚାର କରୁଛନ୍ତି। ଡାକଘରେ ନୂଆ ସୁବିଧା ମଧ୍ୟରେ ଭୋଟର କାର୍ଡ, ପେନ୍‌ସନ୍‌, ଆଧାର, ଜନ୍ମ ମୃତ୍ୟୁ ପଞ୍ଜିକରଣ ସହ ଅନ୍ୟ ସେବାକୁ ସାମିଲ କରିବାକୁ ଯୋଜନା ଚାଲିଛି। କେନ୍ଦ୍ର ସରକାର CSC ପୋର୍ଟାଲ ମାଧ୍ୟମରେ ସାରା ଦେଶରେ ଡାକଘର ମାଧ୍ୟମରେ ସାଧାରଣ ଲୋକଙ୍କ ପାଇଁ କେତେକ ସେବା ଯୋଗାଇ ଦେବାକୁ ପ୍ରସ୍ତୁତ ଚଳାଇଛନ୍ତି।

Image result for india post

ପୋଷ୍ଟ ଅଫିସରେ ଲୋକମାନେ ଏବେ ଆୟୁଷ୍କାନ ଭାରତ ଯୋଜନା, IRCTC ଟିକେଟ ବୁକିଂ ସହ ଚାକିରି ପାଇଁ ଆବେଦନ ପତ୍ର ମଧ୍ୟ ଜମା କରିପାରିବେ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସୁବିଧା CSC ପୋର୍ଟାଲ ମାଧ୍ୟମରେ ମିଳୁଛି। ତେବେ ସାଧାରଣ ଲୋକେ ସହଜରେ ଡାକଘର ଯାଇପାରୁଥିବାରୁ କେନ୍ଦ୍ର ସରକାରଙ୍କ ଏ ସବୁ ସେବାକୁ ସହଜରେପାଇପାରିବେ ବୋଲି ଆଶ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.