Below header

ପୁଣି ଖସିଲା ଅଭିବୃଦ୍ଧି, ୬ ବର୍ଷରେ ସବୁଠୁ କମ୍‌ ଦ୍ୱିତୀୟ କ୍ୱାର୍ଟରରେ ଦେଶର ଜିଡିପି ୪.୫%

ଦେଶର ଅର୍ଥ ବ୍ୟବସ୍ଥା ପାଇଁ ଚିନ୍ତା ବଢିଲା। ପୁଣି କମିଲା ଦେଶର ଅଭିବୃଦ୍ଧି। ଛଅ ବର୍ଷରେ ସବୁଠୁ କମ୍‌। ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ କ୍ୱାର୍ଟରରେ ଦେଶର ଅଭିବୃଦ୍ଧି ହାର ରହିଛି ୪ ଦଶମିକ ୫ ପ୍ରତିଶତ। ତିନି ମାସ ଭିତରେ ଜିଡିପି ଖସିଛି ଦଶମିକ ପାଞ୍ଚ ପ୍ରତିଶତ। ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରେ ଦେଶର ଅଭିବୃଦ୍ଧି ହାର ଥିଲା ୫ ପ୍ରତିଶତ। ମାନ୍ଦାବସ୍ଥା ଭିତରେ ଅଭିବୃଦ୍ଧି ହ୍ରାସ ଶିଳ୍ପ ଜଗତ ଓ ସରକାରଙ୍କ ପାଇଁ ସତର୍କ ଘଣ୍ଟି ହୋଇଛି। ପୂର୍ବରୁ ମାର୍ଚ୍ଚ ୨୦୧୩ ତ୍ରୈମାସିକରେ ଦେଶର ଜିଡିପି ହାର ଏହି ସ୍ତରରେ ଥିଲା। ୨୦୧୮ ଅପ୍ରେଲରୁ ଲଗାତାର ଷଷ୍ଠ ତ୍ରୈମାସିକରେ ଦେଶର ଜିଡିପିରେ ହ୍ରାସ ପରିଲକ୍ଷିକ ହୋଇଛି। ୨୦୧୮ ଏପ୍ରିଲ-ଜୁନ୍‌ ପ୍ରଥମ କ୍ୱାର୍ଟରରେ ଦେଶର ଅଭିବୃଦ୍ଧି ଥିଲା ୮ ପ୍ରତିଶତ। ୨୦୧୮ରେ ଦ୍ୱିତୀୟ କ୍ୱାର୍ଟରରେ ଅଭିବୃଦ୍ଧି ୭ ପ୍ରତିଶତକୁ ଖସିଥିବା ବେଳେ ତୃତୀୟ କ୍ୱାର୍ଟରରେ ୬ ଦଶମିକ ୬ ପ୍ରତିଶତ ହୋଇଥିଲା। ୨୦୧୯ ଜାନୁଆରୀରୁ ମାର୍ଚ୍ଚରେ ଅଭିବୃଦ୍ଧି ୫ ଦଶମିକ ୮ ପ୍ରତିଶତ ଥିବା ବେଳେ ଏପ୍ରିଲରୁ ମାର୍ଚ୍ଚ କ୍ୱାର୍ଟରରେ ଖସିଥିଲା ୫ ପ୍ରତିଶତକୁ। ଏବେ ୪ ଦଶମିକ ୫ ପ୍ରତିଶତ ହୋଇଛି ଦେଶର ଅଭିବୃଦ୍ଧି ହାର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.