ନୂଆଦିଲ୍ଲୀ : ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ) ଭାରତରେ ସମସ୍ତ ନାଗରୀକଙ୍କୁ ସମାଜିକ ସୁରକ୍ଷା ପ୍ରଦାନ କରୁଛି। ଏହି ଉଦ୍ଦେଶ୍ୟରେ ରାଷ୍ଟ୍ରିୟ ପେନସନ ପ୍ରଣାଳୀ (ନ୍ୟାସନାଲ ପେନସନ ସିଷ୍ଟମ) ଲାଗୁ କରିଛି। ଏନପିଏସ ସଂପୂର୍ଣ୍ଣ ଭାବେ ଏକ ପେନସନ ପ୍ରଣାଳୀ ଅଟେ। ଯାହା ଦ୍ବାରା ଭାରତ ସରକାର ପେନସନ କ୍ଷେତ୍ରକୁ ସୁଧାରିବାକୁ ଚେଷ୍ଟା କରୁଛି।
ନ୍ୟାସନାଲ ପେନସନ ସିଷ୍ଟମକୁ ପିଏଫଆରଡିଏ ତରଫରୁ ଲାଗୁ କରାଯାଇଛି। ଏନେଇ ସମସ୍ତ ସୂଚନା ଏସବିଆଇର ଆଧିକାରୀକ ୱେବସାଇଟ ରେ ଉପଲବ୍ଧ କରାଯାଇଛି। ଏନପିଏସ ଆକାଉଣ୍ଟକୁ ୧୮ ରୁ ୬୫ ବର୍ଷ ବୟସର ଲୋକ ଖୋଲିପାରିବେ। ଏଥିରେ ମିଳିଥିବା ରିଟର୍ଣ୍ଣ ମାକ୍ରେର୍ଟ ଭ୍ୟାଲୁ ଉପରେ ନିର୍ଦ୍ଦାରିତ ରହିବ।
ଏସବିଆଇ ଏନପିଏସ ବିଷୟରେ କିଛି ଜରୁରୀ ସୂଚନା :
-ଏନପିଏସରେ ସାଧାରଣତଃ ୨ ପ୍ରକାରର ଖାତା ରହିଛି। ପ୍ରଥମ ଟିୟର-୧ ଏବଂ ଦ୍ବିତୀୟ ଟିୟର-୨। ଟିୟର-୧ ଆକାଉଣ୍ଟ ସଂପୂର୍ଣ୍ଣ ଭାବେ ପେନସନ ଆକାଉଣ୍ଟ ଭାବେ ବ୍ୟବହାର ହୋଇଥାଏ। ଯେଉଁଥିରୁ ନିର୍ଦ୍ଦାରିତ ସମୟ ପୂର୍ବରୁ ଟଙ୍କା ବାହାର କରିବା ସମ୍ବବପର ହୋଇନଥାଏ। ସେହିପରି ଟିୟର-୨ ଆକାଉଣ୍ଟ ନିବେଶ ଆକାଉଣ୍ଟ ଭାବେ ଜଣାଯାଏ। ଏଥିରେ ଟଙ୍କା ଉଠାଇବାର ସୁବିଧା ରହିଥାଏ। ତେବେ ଏହା ବିଷୟରେ ଅଧିକ ସୂଚନା ଆପଣଙ୍କୁ ଏସବିଆଇର ଆଧିକାରୀକ ୱେବସାଇଟ ମିଳିବ।
ନିଶ୍ଚିତ ପଢ଼ନ୍ତୁ: ଏଚଡିଏଫସି ସହିତ ଏହି ବ୍ୟାଙ୍କ୍ ହ୍ରାସ କଲେ ସୁଧ ଦର, ଏବେ ଶସ୍ତା ହେବ ଘର କିଣିବା
-ବ୍ୟାଙ୍କର ନିୟମ ମୁତାବକ, ଉପଭୋକ୍ତାଙ୍କୁ ସର୍ବନିମ୍ନ ଯୋଗଦାନ ଭାବେ ବର୍ଷକୁ ଟିୟର-୧ ଖାତାରେ ୧୦୦୦ ଟଙ୍କା ନିବେଶ କରିବାକୁ ପଡିବ। ସେହିପରି ଟିୟର-୨ ଖାତାରେ ସର୍ବନିମ୍ନ ନିବେଶ ଲାଗୁ କରାଯାଇନାହିଁ।
-ଏସପିଏସରେ ମିଳିଥିବା ସୁଧ ସଂପୂର୍ଣ୍ଣ ଭାବେ ପେନସନ ଫଣ୍ଡ ମ୍ୟାନେଜର (ପିଏଫଏମ୍) ଉପରେ ନିର୍ଭର କରିଥାଏ, ଯାହାର ଚୟନ ଗ୍ରାହକ କରିଥାନ୍ତି। ଗ୍ରାହକଙ୍କୁ ଅର୍ଥିକ ବର୍ଷ ମଧ୍ୟରେ ଥରେ ମାତ୍ର ନିଜ ପିଏଫଏମକୁ ବଦଳିବାର ଅନୁମତି ରହିଥାଏ।
ନିଶ୍ଚିତ ପଢ଼ନ୍ତୁ:ଭାରତୀୟ ଅର୍ଥ ମନ୍ତ୍ରାଳୟର ଘୋଷଣା , ନୂଆ ସେଫରେ ଆସିବ ୨୦ ଟଙ୍କିଆ କଏନ୍
-ଏସବିଆଇ ୱେବସାଇଟ ମୁତାବକ, ଏନପିଏସ୍ ଖାତା ୬୦ ବର୍ଷ ପାଇଁ ଲକ୍ ହୋଇଯାଇଥାଏ। ସେହିପରି ୬୦ବର୍ଷ ପୂର୍ବରୁ ଏଥିରୁ କୌଣସି ଟଙ୍କା ଆପଣ ଉଠାଇପାରିବେ ନାହିଁ।
ଏହି ପ୍ରକ୍ରିୟା ବିଷୟରେ ଅଧିକ ସୂଚନା ଆପଣ ଏସବିଆଇର ଆଧିକାରୀକ ୱେବସାଇଟରୁ ପାଇପାରିବେ।