ଭାରତ ବାହାରେ ହୋଲି : ଜାଣନ୍ତୁ ବିଦେଶରେ କିପରି ପାଳନ କରାଯାଏ ରଙ୍ଗଖେଳ

ହୋଲିର ପର୍ବ ରଙ୍ଗର ପର୍ବ ସହିତ ଘରକୁ ଖୁସି ନେଇ ଆସିଥାଏ। ଏହି ବିଶେଷ ପର୍ବରେ ସମସ୍ତେ ଜଣେ ଜଣଙ୍କୁ ରଙ୍ଗ ଲଗାଇଥାନ୍ତି। କିନ୍ତୁ କଣ ଆପଣଙ୍କୁ ଜଣା ଅଛି ଭାରତ ବ୍ୟତୀତ ଅନ୍ୟ କେଉଁ ଦେଶରେ ହୋଲି ପାଳନ କରାଯାଇଥାଏ। ବିଦେଶରେ ହୋଲି ଅଲଗା ପ୍ରକାରର ଏବଂ ଭିନ୍ନ ଭିନ୍ନ ମାସରେ ପାଳନ କରାଯାଇଥାଏ। କିଏ ଟମାଟୋ ସହିତ ତ ଆଉ କେହି ଖାସ ଜିନିଷ ସହିତ। ଏଥିପାଇଁ ଆମେ ଆପଣଙ୍କ ପାଇଁ ବିଦେଶର କିଛି ସହର ବିଷୟରେ ଜଣାଇବାକୁ ଯାଉଛୁ ଏବଂ ସେଠାରେ କେମିତି ହୋଲି ପାଳନ କରାଯାଏ ତାହା ମଧ୍ୟ କହିବାକୁ ଯାଉଛୁ।

ସ୍ପେନ

tommatoସ୍ପେନ ର ହୋଲି ସାରା ବିଶ୍ବରେ ପ୍ରସିଦ୍ଧ ଅଟେ। ଏଠାକାର ହୋଲି ‘ଲା ଟୋମାଟିନା’ ନାମରେ ଜଣାଯାଇଥାଏ। ପ୍ରତିବର୍ଷ ଅଗଷ୍ଟ ମାସରେ ଏହି ପର୍ବ ପାଳନ କରାଯାଇଥାଏ। ଏହି ପର୍ବକୁ ପାଳନ କରିବା ପାଇଁ ଲୋକମାନେ ଜଣେ ଜଣଙ୍କୁ ଟମୋଟା ଫିଙ୍ଗିଥାନ୍ତି। ଏହି ପର୍ବକୁ ପାଳନ କରି ଲୋକମାନେ ଖୁବ ଆନନ୍ଦ ଅନୁଭବ କରିଥାନ୍ତି।

ଏହା ସହ ପଢ଼ନ୍ତୁ :ନିଆରା ବାହାଘର : ପ୍ରଦୂଷଣକୁ ରୋକିବା ପାଇଁ ବାଣ ଫୁଟାଇଲେନି ବରଯାତ୍ରୀ

ରୋମ୍

mudରୋମର ରେଡିକା ପର୍ବକୁ ହୋଲିର ପର୍ବ ଭାବେ ପାଳନ କରାଯାଏ। ଏହି ପର୍ବକୁ ପାଳନ କରିବା ପାଇଁ ଲୋକମାନେ କୌଣସି ଏକ ଉଚ୍ଚ ସ୍ଥାନରେ କାଠି ଏକାଠି କରି ତାହାକୁ ଜଳାଇଥାନ୍ତି। ଏହି ପର୍ବରେ ଲୋକମାନେ ଖେଳିଥାନ୍ତି, ନାଚିଥାନ୍ତି,ଗୀତ ଗାଇଥାନ୍ତି ଏବଂ ଖୁବ ମଜା ଉଠାଇଥାନ୍ତି। ଏହଛଡା ଇଟାଲରୀରେ ହୋଲି ପର୍ବ ଭାବେ ଜାନୁୟାରୀ ମାସରେ ଅରେଞ୍ଜ ବ୍ୟାଟେଲ ନାମରେ ପର୍ବକୁ ପାଳନ କରିଥାନ୍ତି। ଏହି ପର୍ବରେ ଲୋକମାନେ ଦୁହେଁ ଦୁହିଁଙ୍କୁ ଟମୋଟୋ ମାଡ କରିଥାନ୍ତି।

ଅଷ୍ଟ୍ରେଲିୟା

tarbhujଅଷ୍ଟ୍ରେଲିୟାର ଲୋକ ଫେବ୍ରୁୟାରୀର ମାସକୁ ସବୁ ଦୁଇ ବର୍ଷ ପରେ ହୋଲି ପର୍ବ ଭାବେ ୱାଟରମିଲନ ପର୍ବ ପାଳନ କରିଥାନ୍ତି। ଏହି ପର୍ବରେ ଲୋକମାନେ ଜଣେ ଜଣଙ୍କୁ ତରଭୁଜ ଫିଙ୍ଗିଥାନ୍ତି। ଏହାଛଡା ଜର୍ମାନୀର ରାନଲ୍ୟାଣ୍ଡ ସହରରେ ଅକ୍ଟୋବର ମାସକୁ ହୋଲିର ପର୍ବ ଭଳି ପୂରା ସପ୍ତାହ ପାଳନ କରାଯାଏ। ଏହି ପର୍ବରେ ଲୋକମାନେ ଅଜବ ଅଜବ ପୋଷାକ ପିନ୍ଧି ଜଣେ ଜଣଙ୍କର ମଜାକ୍ ଉଡାଇଥାନ୍ତି।

ଦକ୍ଷିଣ କୋରିଆ

mud holiଦକ୍ଷିଣ କୋରିଆରେ ବୋରୟାଂଗ ମଡ୍ ଫେସଟିଭାଲ ହୋଲି ଭଳି ଜୁଲାଇ ମାସରେ ପାଳନ କରାଯାଏ। ଏହି ପର୍ବରେ ଲୋକମାନେ ଜଣ ଜଣଙ୍କ ଉପରେ କାଦୁଅ ଫିଙ୍ଗିଥାନ୍ତି। ଏହି ପର୍ବରେ କାଦୁଅରେ ଭରା ହୋଇଥିବା ବିଶାଳ ବଡ ଟବରେ ମଧ୍ୟ ଲୋକମାନେ ପହଁରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.