Below header

ଢେଙ୍କାନାଳ ହିନ୍ଦୋଳ ରେଂଜ ଚିଲତଇଲା ଗାଁରେ ମହିଳାଙ୍କୁ ଦଳିଦେଲା ଦନ୍ତା

ଢେଙ୍କାନାଳ(କେନ୍ୟୁଜ୍) : ପୁଣି ହାତୀ ଆତଙ୍କ। ଢେଙ୍କାନାଳ ହିନ୍ଦୋଳ ରେଂଜ ଚିଲତଇଲା ଗାଁରେ ମହିଳାଙ୍କୁ ଦଳିଦେଲା ଦନ୍ତା। ମୃତକ କେତୁକା ସାମଲ। ଗତକାଲି ରାତିରେ ଦନ୍ତାହାତୀଟି ଗାଁରେ ପଶି ଆତଙ୍କ ଖେଳାଇବା ସହ ଘରଦ୍ୱାର ଭାଙ୍ଗିଥିଲା। ଏହି ସମୟରେ କେତୁକା ଘରୁ ବାହାରକୁ ଆସୁଥିବାବେଳେ ଦନ୍ତା ହାବୁଡରେ ପଡିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଗତ କିଛି ଦିନ ହେବ ହିନ୍ଦୋଳ ରେଂଜରେ ହାତୀ ଆତଙ୍କ ଦେଖାଦେଇଛି। ଦନ୍ତାଟି ଘରଦ୍ୱାର ନଷ୍ଟ କରିବା ସହ ବ୍ୟାପକ ଫସଲ ନଷ୍ଟ କରୁଛି। ତେବେ ଏନେଇ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.