Below header

ଟ୍ରମ୍ପ୍‌ଙ୍କ ଚେତାବନୀ : କରୋନା ଭାଇରସ୍‌ ମହାମାରୀ ପାଇଁ ଯଦି ଚୀନ ଦାୟୀ ବୋଲି ଜଣାପଡ଼େ ତେବେ ଭୋଗିବାକୁ ପଡ଼ିବ ଏହାର ଫଳ

କରୋନା ମହାମାରୀ କବ୍ଜାରେ ସାରା ବିଶ୍ୱ । ତେବେ ଏଥିରେ ସବୁଠୁ କ୍ଷତିଗ୍ରସ୍ତ ହୋଇଛି ଆମେରିକା । ଏଠାରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୭ ଲକ୍ଷ ଟପିଥିବା ବେଳେ ମୃତକଙ୍କ ସଂଖ୍ୟା ୩୯ ହଜାରରୁ ଅଧିକ ଥିବା ଜଣାପଡ଼ିଛି ।

କରୋନା ପ୍ରଥମେ ଚୀନ୍‌ର ଓ୍ଵହାନ୍‌ ସହରରେ ଦେଖିବାକୁ ମିଳିଥିଲା । ଚୀନ୍‌ ଖୁବ୍‌ ଶୀଘ୍ର ଏହା ଉପରେ ବିଜୟ ଲାଭ କରିଥିଲା । ଯଦିଓ ଚୀନ୍‌ରେ ମୃତ୍ୟୁ ସଂଖ୍ୟା କମ୍‌ ରହିଛି ବୋଲି ଚୀନ୍‌ କହିଛି ତାହା ଏବେ ଅନେକ ରାଷ୍ଟ୍ରକୁ ସନ୍ଦେହରେ ପକାଇଛି ।

କାରଣ ଏବେ ଚୀନ୍‌ର ଲକ୍ଷାଧିକ ଲୋକଙ୍କ ମୋବାଇଲ୍‌ ନମ୍ବର ବନ୍ଦ ଥିବା ଦେଖାଯାଇଛି । ଚୀନ୍‌ରେ ଆମ ଠାରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ଏବେ ଆମେରିକା ଦାବି କରିଛି ।

corona patient

ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କରୋନା ମହାମାରୀକୁ ସାରା ବିଶ୍ୱରେ ସଂକ୍ରମିତ କରିଥିବା ଚୀନ୍‌କୁ ପ୍ରତି କଡ଼ା ଆଭିମୂଖ୍ୟ ଗ୍ରହଣ କରିଛନ୍ତି । ଟ୍ରମ୍ପ୍‌ କହିଛନ୍ତି, ଯଦି ଚୀନ୍‌ ଯୋଗୁ କରୋନା ସଂକ୍ରମଣ ହେବାର ପ୍ରମାଣ ମିଳେ ତେବେ ତାକୁ ଏହାର ଫଳ ଭୋଗିବାକୁ ପଡ଼ିବ ।

ଶନିବାର ହ୍ଵାଇଟ୍‌ ହାଉସ୍‌ରେ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକଙ୍କୁ କହିଛନ୍ତି ଯେ ଯଦି ଚୀନ୍‌ ଜାଣିଶୁଣି କରୋନା ସଂକ୍ରମଣ କରିଥାଏ ତେବେ ତାକୁ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିବ । ୧୯୧୭ ମସିହା ପରଠୁ କେହି ବି ଏତେ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହୋଇଥିବା ଦେଖି ନଥିବେ ।

କିଛି ଭୁଲ୍‌ରେ ହୋଇଯିବା ଓ ଜାଣିଶୁଣି କରିବା ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି ବୋଲି ବୋଲି ଟ୍ରମ୍ପ୍‌ କହିଛନ୍ତି । ଟ୍ରମ୍ପ ଆହୁରି କହିଛନ୍ତି ଯେ ସାରା ବିଶ୍ୱରେ ଆମର ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ଥିଲା । ଚୀନ୍‌ ଆମର ପାଖା ପାଖି ବି ନଥିଲା ।

ଆଗରୁ ଇରାନ୍‌ ପୁରା ପଶ୍ଚିମ ଏସିଆରେ ନିଜର ଅଧିକାର ସାବ୍ୟସ୍ତ କରୁଥିବା ବେଳେ ଆଜି କେବଳ ବଞ୍ଚିବାକୁ ଚାହୁଁଛି । ବିଶ୍ୱର ଏହି ପରିସ୍ଥିତି ପାଇଁ ଚୀନ ଦାୟୀ ବୋଲି ଟ୍ରମ୍ପ୍‌ ସାମ୍ବାଦିକଙ୍କୁ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.