କଟକଣା ମାନିଲେନି ଥାନା ଅଧିକାରୀ, ପରିବାର ସହ ଶ୍ରୀମନ୍ଦିରରେ କଲେ ପ୍ରବେଶ , ସିଂହଦ୍ୱାର ଥାନାରେ ଅଟକ ରହିଲେ ବଡ଼ଚଣା IIC ଦୀପକ କୁମାର ଜେନା

ପୁରୀ (କେନ୍ୟୁଜ): ବଡଚଣା ଥାନା ଅଧିକାରୀଙ୍କ ବିରୋଧରେ ମାମଲା। ପୁରୀ ଶ୍ରୀମନ୍ଦିରର କରୋନା କଟକଣା ଥିବା ସତ୍ତ୍ୱେ ପରିବାର ସହ ମନ୍ଦିରରେ ପ୍ରବେଶ କରିଥିଲେ ଥାନା ଅଧିକାରୀ।ସୂଚନା ମୁତାବକ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିକାରୀ ଦୀପକ କୁମାର ଜେନା ଓ ତାଙ୍କ ପରିବାର ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିଥିଲେ। ତେଣୁ ପରିବାର ସହ ସିଂହଦ୍ୱାର ଥାନାରେ ଅଟକ ଅଛନ୍ତି ଥାନା ଅଧିକାରୀ ଜଣକ।

dipak iicତେବେ ଏହି ଘଟଣାକୁ ନେଇ ସିଂହଦ୍ୱାର ଥାନାରେ ମାମଲା ରୁଜ୍ଜୁ ହୋଇଥିବାର ଜଣାପଡିଛି। ଡ୍ୟୁଟିରେ ଥିବା ହାବିଲଦାରଙ୍କ କହିବା ଅନୁଯାୟୀ, ସେ ମନା କରିବା ସତ୍ତ୍ୱେ ଆଇଆଇସି ଜବରଦସ୍ତ ପ୍ରବେଶ କରିଥିଲେ। ସିଂହଦ୍ୱାର ଥାନାରେ ହାବିଲଦାରଙ୍କ ଏତଲା କ୍ରମେ ମାମଲା ରୁଜୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.