କାଲିଠାରୁ ଦୂରଦର୍ଶନ ମାଧ୍ୟମରେ ପାଠ ପଢିବେ ଦଶମଶ୍ରେଣୀ ଛାତ୍ରଛାତ୍ରୀ,ଜାଣନ୍ତୁ କେଉଁ ସମୟରେ ହେବ ଆରମ୍ଭ

କେନ୍ୟୁଜ(ବ୍ୟୁରୋ): କାଲିଠାରୁ ଦୂରଦର୍ଶନ ମାଧ୍ୟମରେ ପାଠ ପଢିବେ ଦଶମଶ୍ରେଣୀ ଛାତ୍ରଛାତ୍ରୀ। ଦୂରଦର୍ଶନରେ ହେବ ପାଠପଢା। ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଇଂରାଜୀ, ଗଣିତ, ବିଜ୍ଞାନ ପାଠ ପଢାଯିବ। ୨୦୧୭-୧୮ ମସିହାରେ ବିଜ୍ଞାନ ପ୍ରଯୁକ୍ତି ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିଲା ସ୍ୱତନ୍ତ୍ର ଭିଡ଼ିଓ। ଦୂରଦର୍ଶନରେ ପୂର୍ବାହ୍ଣ ୧୧ଟାରୁ ୧୨ଟା ଏବଂ ଅପରାହ୍ଣରେ ସାଢେ ୩ଟାରୁ ସାଢେ ଚାରିଟା ଯାଏ ହେବ ପାଠପଢା। ଛାତ୍ରଛାତ୍ରୀମାନେ ଏହାର ଫାଇଦା ନେବାକୁ ଗଣଶିକ୍ଷାମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.