ପାଣିପାଗ : ଆଜି ବି ବର୍ଷା ହୋଇଛି, କାଲି ବି ବର୍ଷିବ ବୋଲି ପାଣିପାଗ ବିଭାଗ କହିଛି

ଭୁବନେଶ୍ୱର (କେ ନ୍ୟୁଜ୍‌) : କେଉଁଠି ନରମ ତ କେଉଁଠି ଗରମ । ଏଭଳି ପାଗ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳିଥିଲା । ଆଜି ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଛି । ତେବେ କେନ୍ଦୁଝର ଏବଂ ଉତ୍ତର ଓଡ଼ିଶାର କିଛି ଜାଗାରେ ପ୍ରବଳ ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଆଜି ସର୍ବାଧିକ ତାପମାତ୍ରା ବଲାଙ୍ଗିରରେ ୪୧.୭ ଡିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି । ଭୁବନେଶ୍ୱର ୩୭.୨ ଓ କଟକରେ ୩୬.୨ ଡିଗ୍ରୀ ଥିଲା ତାପମାତ୍ରା ।
ଆସନ୍ତାକାଲି ମଧ୍ୟ କେତେକ ସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଛି । ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜ, କଟକ, ଢେଙ୍କାନାଳ, ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ କେରାପୁଟରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ବଜ୍ରପାତ ଓ ବର୍ଷା ହୋଇ ପାରେ । ତେବେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କେତେ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.