Below header

କରୋନାରେ ଜେମ୍ସ ବଣ୍ଡ ଅଭିନେତ୍ରୀ ଓଲ୍‌ଗା କର୍‌ଲେଙ୍କୋ, ଇନ୍‌ଷ୍ଟାଗ୍ରାମ୍‌ରେ କଲେ ପୋଷ୍ଟ

କେ ନ୍ୟୁଜ୍‌ ବ୍ୟୁରୋ: ଜେମ୍ସ ବଣ୍ଡ୍‌ ଅଭିନେତ୍ରୀ ତଥା ହଲିଉଡ୍‌ ନାୟିକା ଓଲ୍‌ଗା କର୍‌ଲେଙ୍କୋ କରୋନାରେ  ଆକ୍ରାନ୍ତ ବୋଲି ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରକାଶ କରିଛନ୍ତି । ସେ ଏବେ ଘରେ ଏକାକୀ ଚିକିତ୍ସାଧିନ ଥିବା ପ୍ରକାଶ କରିଛନ୍ତି ।

୨୦୦୮ରେ ମୁକ୍ତିଲାଭ କରିଥିବା ଜେମ୍ସ ବଣ୍ଡ୍‌ ଚଳଚ୍ଚିତ୍ରରେ ଓଲ୍‌ଗା କାମିଲ୍‌ ମଣ୍ଟେସ୍‌ ଚରିତ୍ରରେ ଅଭିନୟ କରିଥିଲେ । ୟୁକାରିନ୍‌ର ଏହି ମଡେଲ ପ୍ରଥମେ ଟେଲିଭିଜନରେ ନିଜର ଅଭିନୟ ଆରମ୍ଭ କରିଥିଲେ । ପରେ ମ୍ୟାଜିକ୍‌ ସିଟି, ଦି ମ୍ୟାନ୍‌ ହୁ କିଲ୍ଡ ଡନ୍‌ କୁଇଜୋଡ୍‌ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ସୁନାମ ଅର୍ଜ୍ଜନ କରିଥିଲେ ।

ଓସ୍କାର ବିଜେତା ଅଭିନେତା ଟମ୍‌ ହାଙ୍କ୍‌ସ ଓ ତାଙ୍କର ପତ୍ନୀ ଅଭିନେତ୍ରୀ ତଥା ଗାୟିକା ରିତା ଓ୍ଵିଲ୍‌ସନ୍‌ ମଧ୍ୟ କରୋନା ଆକ୍ରାନ୍ତ ବୋଲି ଗତ ସପ୍ତାହରେ ଜଣାପଡିଥିଲା । ହଲିଉଡ୍‌ ମଧ୍ୟ ଏବେ କରୋନା କବଳରେ ବୋଲି  ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.