ଯାଜପୁର ବିରଜା ମନ୍ଦିରରେ କରୋନା ପ୍ରତିରୋଧ ନେଇ ଉପଜିଲ୍ଲାପାଳଙ୍କ ବୈଠକ

ଯାଜପୁର ଟାଉନ (କେ ନ୍ୟୁଜ୍‌) : କୋରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ମନ୍ଦିର ପ୍ରଶାସକ ତଥା ଯାଜପୁର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କ କାର୍ଯ୍ୟାଳୟ ପରିସରରେ ଏ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଭକ୍ତମାନଙ୍କ ଠାରୁ ସେବାୟତମାନେ ଦୂରତା ରକ୍ଷା କରିବା, ମା’ଙ୍କ ସେବା ସମୟରେ ମନ୍ଦିର ପରିସରରେ ସେବାୟତମାନେ ମାସ୍କ ପିନ୍ଧିବା, ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ସଂପର୍କରେ ପ୍ରଶାସନର ଦୃଷ୍ଟିକୁ ଆଣିବା ଆଦି ଉପରେ ଆଲୋଚନା ହୋଇଥିଲା ।

BIRAJAଭକ୍ତମାନେ ମନ୍ଦିର ଭିତରେ ପ୍ରବେଶ କରିବା ପୂର୍ବରୁ ଯେମିତି ଭଲ ଭାବେ ପରିସ୍କାର ପରିଚ୍ଛନ୍ନ ହେବେ ସେଇତିପ୍ରତି ଦୃଷ୍ଟି ଦେବାକୁ ସେବାୟତମାନଙ୍କୁ କୁହାଯାଇଛି । ମନ୍ଦିର ଭିତରେ କୌଣସି ପ୍ରକାର ବିବାହ ଓ ବ୍ରତ ଆଦି କାର୍ଯ୍ୟ କରାଯିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏପରିକି ମନ୍ଦିର ପରିସରରେ ରହିଥିବା ପ୍ରସାଦ କେନ୍ଦ୍ର ମଧ୍ୟ ବନ୍ଦ ରହିବ । ମନ୍ଦିର ବାହାରେ ଥିବା ଜନସେବା କେନ୍ଦ୍ରକୁ ବନ୍ଦ କରିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.