Below header

ମାଆକୁ କରୋନା ହେଲେ ବି ଗର୍ଭସ୍ଥ ଶିଶୁ ପାଖରେ ପହଞ୍ଚି ପାରିବନି ଭାଇରସ! ଖୁଲାସା କଲେ ଚୀନ ବିଶେଷଜ୍ଞ

କରୋନା ଭାଇରସରେ ପୀଡିତ ଗର୍ଭବତୀଙ୍କଠାରୁ ତାଙ୍କ ଗର୍ଭସ୍ଥ ଶିଶୁଙ୍କ ପାଖରେ ପହଞ୍ଚିପାରେ ନାହିଁ ଭାଇରସ। ଏହି ସୂଚନା ଚୀନ ଗବେଷକମାନେ ଜାରି କରିଛନ୍ତି। ଚୀନରେ ହିଁ ଗର୍ଭବତୀ ମହିଳାଙ୍କ ଉପରେ ହୋଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଛି।

n11

ଅଧ୍ୟୟନ ମୁତାବକ, ଚୀନରେ ୪ କରୋନା ପୀଡିତା ଗର୍ଭବତୀଙ୍କୁ ନେଇ ରିସର୍ଚ୍ଚ କରାଯାଇଥିଲା। କିନ୍ତୁ ଏବେ ଜନ୍ମ ନେଇଥିବା ସେମାନଙ୍କ ନବଜାତକଙ୍କଠାରେ ଭାଇରସ ମିଳିନାହିଁ। ଏପରିକି, ସେମାନଙ୍କଠାରେ ଜ୍ୱର, ଥଣ୍ଡା, କାଶ ଆଦି କୌଣସି ବି ଲକ୍ଷଣ ଦେଖାଯାଇନାହିଁ।

Pregnant woman and doctor with laptop

୪ ନବଜାତକଙ୍କ ମଧ୍ୟରୁ ୩ ଜଣଙ୍କ ଗଳାର ନମୁନା ନିଆଯାଇଛି। ୪ର୍ଥ ପିଲାର ମାଆ ଟେଷ୍ଟ କରେଇବାକୁ ମନା କରିଥିଲେ। ତେବେ ଜଣେ ନବଜାତକକୁ ନିଶ୍ୱାସ ନେବାରେ ସାମାନ୍ୟ କଷ୍ଟ ହୋଇଥିଲା, କିନ୍ତୁ ବିନା କୌଣସି ସର୍ଜରୀରେ ତାର ଚିକିତ୍ସା କରାଯାଇଥିଲା। ସେହିପରି ଅନ୍ୟ ଜଣଙ୍କ ଶରୀରରେ ରାସେଜ ଦେଖାଯାଇଥିଲା, କିନ୍ତୁ କରୋନା ଭାଇରସ ସହ ଏହି ଲକ୍ଷଣର କୋୖଣସି ସମ୍ପର୍କ ନାହିଁ।

m4

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ସମସ୍ତ ନବଜାତକ ସୁସ୍ଥ ଅଛନ୍ତି ଏବଂ ମାଆ ମାନେ କରୋନାରୁ ରିକଭର ହୋଇସାରିଛନ୍ତି। ନବଜାତକଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ସିଜରିଆନ ଡେଲିଭରି ବଢିଆ ବିକଳ୍ପ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.