Below header

କରୋନା ପାଇଁ ମ୍ୟାଜିକ୍‌ ମେଡିସିନ୍‌ ବିକଶିତ କଲେ ଜୟପୁର ଡାକ୍ତରୀ ଟିମ୍‌, ଭଲ କଲେ ୨ ଇଟାଲୀୟଙ୍କ ସହ ୩ ରୋଗୀ

ରାଜସ୍ଥାନ ଜୟପୁରର ଏକ ଡାକ୍ତରୀ ଦଳ ୩ ଜଣ କରୋନା ସଂକ୍ରମିତ ରୋଗୀଙ୍କୁ ଆରୋଗ୍ୟ କରି ସାରା ଦୁନିଆର ଦୃଷ୍ଟି ଆକର୍ଷଣ କରିଛନ୍ତି । ଏପର୍ଯ୍ୟନ୍ତ କୈାଣସି ବିକଶିତ ରାଷ୍ଟ୍ର କରୋନା ପାଇଁ ଔଷଧ ତିଆରି କରିପାରି ନଥିବା ବେଳେ ଜୟପୁର ସ୍ୱାଇ ମାନ ସିଂ ହସ୍‌ପିଟାଲ୍‌ର ଡାକ୍ତରୀ ଦଳ ଏହି ସଫଳତା ପାଇଁ  ଚିକିତ୍ସା ଦୁନିଆରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ।

ଏହି ଖବର ଜଣାପଡ଼ିବା ପରେ କର୍ଣ୍ଣାଟକ,ବିହାର, ଦିଲ୍ଲୀ, ଗୁଜୁରାଟ, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶ ଭଳି ୬ଟି ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ଏହି ମ୍ୟାଜିକ୍‌ ମେଡିସିନ୍‌ ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

doctors

ଜୟପୁରରେ ଆରୋଗ୍ୟ ଲାଭ କରିଥିବା ୩ ରୋଗୀଙ୍କ ମଧ୍ୟରୁ ୨ଜଣ ଇଟାଲି ଅଧିବାସୀ ଥିବା ଜଣାଯାଇଛି । ଇତ୍ୟବସରରେ ରାଜସ୍ଥାନ ସରକାର ଏହି ଇଟାଲିର ୨ ବ୍ୟକ୍ତିଙ୍କୁ ନିଜ ଦେଶକୁ ଫେରାଇ ନେବା ପାଇଁ ଦିଲ୍ଲୀ ସ୍ଥିତ ଇଟାଲି ଦୂତାବାସକୁ ଜଣାଇଛି ।

ଜୟପୁର ସ୍ୱାଇ ମାନ୍‌ ସିଂ ହସ୍‌ପିଟାଲର ଅଧ୍ୟକ୍ଷ ଡା. ସୁଧିର ଭଣ୍ଡାରୀ ଓ ତାଙ୍କ ଦଳ କହିଛନ୍ତି ଯେ ଏହି ଚିକିତ୍ସା ପାଇଁ ଆମେ ଭୁତାଣୁ ସମ୍ପର୍କୀତ ବିଭିନ୍ନ ପୁସ୍ତକ ଅଧ୍ୟୟନ କରିଥିଲୁ । ଶେଷରେ ଆମେ ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚର ଅନୁମୋଦନ କ୍ରମେ ଆଣ୍ଟିରେଟ୍ରୋଭାଇରାଲ ଥେରାପି ପ୍ରୟୋଗ କରିବାକୁ ନିଷ୍ପତ୍ତି ନେଇଥିଲୁ ।

ପ୍ରାୟ ୫|୬ ଦିନ ଚିକିତ୍ସା ପରେ ପ୍ରଥମେ ଇଟାଲିର ୬୯ ବର୍ଷୀୟ ରୋଗୀକୁ ଆରୋଗ୍ୟ କରିପାରିଥିଲୁ । ତାପରେ ତାଙ୍କର ୭୦ ବର୍ଷୀୟ ପତ୍ନୀଙ୍କୁ ଆରୋଗ୍ୟ କରିପାରିଲୁ । ଏବଂ ପରେ ଦୁବାଇରୁ ସଂକ୍ରମିତ ହୋଇଥିବା ଜୟପୁରର ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କୁ ମଧ୍ୟ ଆରୋଗ୍ୟ କଲୁ ବୋଲି ଡା. ଭଣ୍ଡାରୀ ପ୍ରକାଶ କରିଥିଲେ ।

ସବୁଠାରୁ ବଡ଼ କଥା ଯେ ଏଚ୍‌ଆଇଭିର ମୋଲିକୁଲାର ଷ୍ଟ୍ରକ୍‌ଚର ସହ ଓ କୋଭିଡ୍‌-୧୯ର ଷ୍ଟ୍ରକ୍‌ଚର ସମାନ ବୋଲି ଏହି ଡାକ୍ତରୀ ଦଳ ଜାଣିବାକୁ ପାଇଥିଲେ । ଫଳରେ ଡାକ୍ତରମାନେ ଲୋପାଇନାଭିର ଓ ରିଟୋନାଭିର ପ୍ରୟୋଗ କରିଥିଲେ ।

corana

ପ୍ରଥମରେ ସ୍ୱାଇନ୍‌ ଫ୍ଲୁ ଓ ପରେ ଏଚ୍‌ଆଇଭି ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ମେଡିସିନ୍‌ ବ୍ୟବହାର କରି କରୋନା ଉପରେ ସଫଳତା ପାଇଥିବା ପ୍ରକାଶ କରିଥିଲେ ।

କରୋନା ପଜେଟିଭ ଥିବା ଏହି ୩ଜଣଙ୍କ ଠାରେ ଡାକ୍ତରମାନେ ଦିନକୁ ଦୁଇଥର ଏକସଙ୍ଗରେ ୨୦୦ ମିଲିଗ୍ରାମ୍‌ ଲୋପାଇନାଭିର ଓ ୫୦ ମିଲିଗ୍ରାମ୍‌ ରିଟୋନାଭିର ପ୍ରୟୋଗ କରିଥିଲେ । ଏହା ଛଡା ସ୍ୱାଇନ୍‌ ଫ୍ଲୁ ଓ ମ୍ୟାଲେରିଆ ରୋଗୀଙ୍କୁ ଦିଆଯାଉଥିବା ଓସେଟାମିଭିର ଓ କ୍ଲୋରୋକୁଇନ୍‌ ଔଷଧ ମଧ୍ୟ ପ୍ରୟୋଗ କରିଥିବା ପ୍ରକାଶ କରିଥିଲେ ।

ତେବେ ଏହି ଡାକ୍ତରୀ ଦଳ ଏଭଳି ଔଷଧ ପ୍ରୟୋଗ କରିବାକୁ ବାରଣ କରିଛନ୍ତି । ସେମାନେ ଯଦିଓ ଘଟଣାର ଗୁରୁତ୍ୱକୁ ଦେଖି କରୋନା ରୋଗୀଙ୍କ ଉପରେ ଏହି ଔଷଧ ପ୍ରୟୋଗ କରିଛନ୍ତି ତେବେ ଏହା ଉପରେ ଅଧିକ ଗବେଷଣା ଆବଶ୍ୟକ ବୋଲି ଡାକ୍ତରୀ ଦଳ ପ୍ରକାଶ କରିଛନ୍ତି ।

ଏହି କାର୍ଯ୍ୟ ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଉକ୍ତ ଡାକ୍ତରୀ ଦଳକୁ ପ୍ରଶଂସା କରିବା ସହ ଦେଶ ପାଇଁ ଏହା ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.