Below header

ବିରାଟ କୋହଲିଙ୍କ ଜନ୍ମଦିନରେ ରୋମାଣ୍ଟିକ୍‌ ଫଟୋ ସେୟାର କଲେ ଅନୁଷ୍କା ଶର୍ମା, କହିଲେ-‘ମୁଁ ଦୁନିଆକୁ କହିବାକୁ ଚାହୁଁଛି…’

ଭାରତୀୟ କ୍ରିକେଟ୍‌ ଟିମ୍‌ର କ୍ୟାପ୍‌ଟେନ୍‌ ବିରାଟ କୋହଲିଙ୍କର ଆଜି ଜନ୍ମ ଦିନ। ନଭେମ୍ବର ୫ରେ ବିରାଟ ନିଜ ଜନ୍ମଦିନ ପାଳନ କରିଥାନ୍ତି। ଆଜି ସେ ୩୩ ବର୍ଷରେ ପାଦ ଦେଇଛନ୍ତି। ଏ ଅବସରରେ ପତ୍ନୀ ଅନୁଷ୍କା ଶର୍ମା ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ବିରାଟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସ୍ୱାମୀଙ୍କ ଜନ୍ମଦିନର ଅଭିନନ୍ଦନ ଜଣାଇବାକୁ ଅନୁଷ୍କା ଏକ ଖୁବ୍‌ ସୁନ୍ଦର ଫଟୋ ସେୟାର କରିଛନ୍ତି। ଏଥିସହ ସେ ଏକ ମନକୁ ଛୁଇଁବା ଭଳି କ୍ୟାପ୍‌ସନ୍‌ ମଧ୍ୟ ଲେଖିଛନ୍ତି, ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ବିରାଟ କୋହଲିଙ୍କ ଜନ୍ମଦିନ ଅବସରରେ ଅନୁଷ୍କା ତାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋ ସହ ସେ କ୍ୟାପ୍‌ସନ୍‌ ଲେଖିଛନ୍ତି, ‘ଏହି ଫଟୋ ଓ ଯେଉଁଭଳି ଭାବେ ତୁମେ ନିଜ ଜୀବନ ବଞ୍ଚିଥାଅ, ସେଥିପାଇଁ କୌଣସି ଫିଲ୍ଟରର ଆବଶ୍ୟକତା ନାହିଁ। ତୁମ ମୂଳଦୂଆ ବିଶ୍ୱସନୀୟ ଓ ଷ୍ଟିଲ ଭଳି ସାହସରେ ତିଆରି। ସାହସ ଯାହା ସନ୍ଦେହକୁ ବିସ୍ମୃତିରେ ବଦଳାଇ ଦିଏ। ମୁଁ ଏମିତି କାହାକୁ ବି ଜାଣି ନାହିଁ ଯିଏ ତୁମ ଭଳି ଏକ ଛୋଟ ଜାଗାରୁ ଆସି ନିଜକୁ ଏତେ ଉପରକୁ ଆଣିଛି। ତୁମେ ସବୁ ଆଡ଼ୁ ଆହୁରି ମଜଭୁତ ହୋଇଚାଲିଛ। କାରଣ ତୁମେ ହୃଦୟ ଭିତରୁ କୌଣସି ଜିନିଷକୁ ସ୍ଥାୟୀ ବୋଲି ଭାବୁନାହଁ ଓ ସାହସୀ ହୋଇଯାଇଛ। ମୁଁ ଜାଣିଛି ଆମେ କେବେ ବି ସୋସିଆଲ ମିଡିଆରେ ପରସ୍ପର ସହ କଥା ହୋଇନାହୁଁ। କିନ୍ତୁ ବେଳେବେଳେ ମୁଁ ଦୁନିଆକୁ କହିବାକୁ ଚାହେଁ ଯେ ତୁମେ କେତେ ଭଲ। ତୁମକୁ ଯିଏ ଜାଣିଛନ୍ତି ସେମାନେ ସତରେ ଭାଗ୍ୟବାନ। ସବୁ ଜିନିଷକୁ ଆହୁରି ସୁନ୍ଦର କରି ଗଢ଼ି ତୋଳିଥିବାରୁ ବହୁତ ବହୁତ ଧନ୍ୟବାଦ। ଜନ୍ମଦିନର ବହୁତ ବହୁତ ଶୁଭେଚ୍ଛା।

 

View this post on Instagram

 

A post shared by AnushkaSharma1588 (@anushkasharma)

ଅନୁଷ୍କାଙ୍କର ଏହି ଦମ୍‌ଦାର କ୍ୟାପ୍‌ସନ୍‌ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହି ପାଓ୍ଵାର କପଲଙ୍କୁ ବେଶ୍‌ ପସନ୍ଦ କରିଛନ୍ତି। ସ୍ୱାମୀ- ସ୍ତ୍ରୀ ଭିତରେ ଏମିତି ବଣ୍ଡିଂ ଖୁବ୍‌ କମ୍‌ ଦେଖିବାକୁ ମିଳେ ବୋଲି ଜଣେ ୟୁଜର କମେଣ୍ଟ କରିଛନ୍ତି। ସେହିପରି ଆଜି ବିରାଟଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ତାଙ୍କ ପାଇଁ ଶୁଭେଚ୍ଛାର ବର୍ଷା ହେଉଛି। କ୍ରିକେଟରଙ୍କ ଠାରୁ ଆରମ୍ଭ କରି ଫିଲ୍ମ ଜଗତର ଅଭିନେତା, ଅଭିନେତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତ ସେଲିବ୍ରିଟି ବିରାଟଙ୍କୁ ଅଭିନନ୍ଦନ ଜଣାଉଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୭ ମସିହାରେ ଡିସେମ୍ବରରେ ବିରାଟ କୋହଲି ଓ ଅନୁଷ୍କା ଶର୍ମା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଜାନୁଆରୀ ୨୦୨୧ରେ ବିରାଟ ଓ ଅନୁଷ୍କାଙ୍କର ଏକ ଝିଅ ହୋଇଥିଲା। ଏହି ଦମ୍ପତି ନିଜ ଝିଅ ନାଁ ରଖିଛନ୍ତି ବାମିକା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.