Below header

ପୁଣି ଚିନ୍ତା ବଢ଼ାଇଲା କରୋନା, ୟୁରୋପରେ ନୂଆ େଓ୍ଵଭ

ନୂଆଦିଲ୍ଲୀ : ପୁଣି ଚିନ୍ତା ବଢ଼ାଇଲାଣି କରୋନା । ୟୁରୋପରେ ଆରମ୍ଭ ହୋଇଛି କରୋନାର ନୂଆ େଓ୍ଵଭ । ମହାମାରୀ କରୋନା ପୁଣିଥରେ ୟୁରୋପର ବିଭିନ୍ନ ଦେଶରେ ବଢ଼ିବାରେ ଲାଗିଛି । ୟୁରୋପରେ ଏପରି ସଂକ୍ରମଣ ବଢ଼ିବା ସମସ୍ତଙ୍କ ଚିନ୍ତା ବଢ଼ାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ୟୁରୋପର ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛି ।

ୟୁରୋପର ୫୩ଟି ଦେଶରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । ଯଦି ଏପରି ସ୍ଥିତି ରୁହେ, ଫେବ୍ରୁଆରୀ ବେଳକୁ ମୃତ୍ୟୁସଂଖ୍ୟା ୫ ଲକ୍ଷ ଛୁଇଁପାରେ ବୋଲି କହିଛନ୍ତି WHO ୟୁରୋପ ମୁଖ୍ୟ ହାନସ କ୍ଲୁଗେ । ଗତ ସପ୍ତାହରେ ୟୁରୋପରେ ସଂକ୍ରମଣ ୬ ପ୍ରତିଶତ ବୃଦ୍ଧି ପାଇଛି ।

ଜର୍ମାନରୁ କେବଳ ଦୈନିକ ନୂଆ ସଂକ୍ରମଣ ୩୩ ହଜାରରେ ପହଁଚିଛି । ସେହିଭଳି ରୁଷିଆ ଓ ୟୁକ୍ରେନରେ ବି ବଢ଼ୁଛି ସଂକ୍ରମଣ । ତେବେ ଆଗକୁ ଏହା କେଉଁ ରୂପ ନେବ ତାହା କହିବା ମୁସ୍କିଲ ହେଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.