ମାଧୁରୀଙ୍କ ଲେହେଙ୍ଗା ଠାରୁ ଆରମ୍ଭ କରି ସଲମାନଙ୍କ ଟାୱେଲ ଯାଏଁ, କୋଟିଏରୁ ଅଧିକ ଟଙ୍କାରେ ହୁଏ ନିଲାମ

ବଲିଉଡ ଷ୍ଟାରମାନେ ନିଜ ନିଜ ଫିଲ୍ମ ଜରିଆରେ ହିଁ ନିଜ ଫ୍ୟାନ୍ସ ମାନଙ୍କ ହୃଦୟରେ ରାଜ କରିଥାନ୍ତି । ଫିଲ୍ମର ଜୀବନ୍ତ କାହାଣୀ ଓ ଜବରଦସ୍ତ ଅଭିନୟ ବ୍ୟତୀତ ଆଉ ଏକ ଜିନିଷ ଲୋକଙ୍କ ଆକର୍ଷଣକୁ ବିଶେଷ ଭାବେ ଆସିଥାଏ । ଆଉ ତାହା ହେଉଛି ସେମାନେ ଫିଲ୍ମରେ ପିନ୍ଧିଥିବା ପୋଷାକ । ସମୟ ସମୟରେ ତ ଏହି ଷ୍ଟାରମାନେ ଏମିତି ପୋଷାକ ପିନ୍ଧନ୍ତି ଯାହାକୁ ଦେଖି ଫ୍ୟାନ୍ସ ମାନଙ୍କ ଆଖି ଖୋଲା ରହିଯାଏ । ଆଉ ଏହାକୁ ନେଇ ଚର୍ଚ୍ଚା ବି ବେଶ ଜୋର ଧରେ । ଆଉ ନିଜ ପାଇଁ ଏମିତି ଗୋଟେ ଗୋଟେ ପୋଷାକ କିଣିବା ପାଇଁ ଯେକୌଣସି ମୂଲ୍ୟ ଦେବା ପାଇଁ ବି ପ୍ରସ୍ତୁତ ଥାନ୍ତି । ଆଜି ଆମେ ଆପଣଙ୍କୁ ଷ୍ଟାର ମାନଙ୍କ ଡ୍ରେସକୁ ନେଇଥିବା କିଛି କାହାଣୀ ବାବଦରେ କହିବାକୁ ଯାଉଛୁ ।

ମାଧୁରୀଙ୍କ ଲେହେଙ୍ଗା:

୨୦୦୨ ରେ ମାଧୁରୀଙ୍କ “ଦେବଦାସ” ଫିଲ୍ମ ରିଲିଜ ହୋଇଥିଲା । ଆଉ ସେ ସମୟରେ ଏହି ଫିଲ୍ମର ଲୋକପ୍ରିୟତା ଖୁବ ଥିଲା । ଫିଲ୍ମକୁ ନେଇ ବି ଚର୍ଚ୍ଚା ବେଶ ଜୋର ଧରିଥିଲା । ଆଉ ଏହାର ଏକ ଗୀତ “ମାର ଡ଼ାଲା” ଆଜି ବି ଫ୍ୟାନ୍ସ ମାନେ ଗୁଣୁଗୁଣେଇ ଥାନ୍ତି । ଫିଲ୍ମରେ ଏହି ଚୁଲବୁଲି ଅଭିନେତ୍ରୀ ଜଣକ ଏକ ସବୁଜ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ନଜର ଆସିଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ସମୟରେ ଏହି ଲେହେଙ୍ଗାଟି ୩ କୋଟି ଟଙ୍କାରେ ବିକ୍ରି ହୋଇଥିଲା ।

ଅକ୍ଷୟଙ୍କ ସୁଟ:

ଅକ୍ଷୟଙ୍କ ଅଭିନୀତ ଫିଲ୍ମ “ଓ ମାଈ ଗଡ଼” ବି ଖୁବ ହିଟ ହୋଇଥିଲା । ଏହି ଫିଲ୍ମରେ ଅକ୍ଷୟଙ୍କ ସହ ପରେଶ ରାଓଲ ନଜର ଆସିଥିଲେ । ଫିଲ୍ମରେ ଖିଲାଡୀ କୁମାର ପିନ୍ଧିଥିବା ଏକ ସୁଟ ପ୍ରାୟ ୧୫ ଲକ୍ଷ ଟଙ୍କାରେ ନିଲାମ ହୋଇଥିଲା । ସୁଟ ବିକ୍ରି ହେବା ପରେ ମିଳିଥିବା ଅର୍ଥ ରାଶି ଏକ ଚାରିଟି ସଂସ୍ଥାକୁ ଦାନ କରାଯାଇଥିଲା ।

CELEBRITY DRESSES

ସମ୍ମି କାପୁର:

ସମ୍ମି କପୁର ହେଉଛନ୍ତି ୭୦ ଦଶକର ଜଣେ ଜବରଦସ୍ତ କଳାକାର । ତାଙ୍କ ଅଭିନୟରେ ବି କିଛିଟା ଭିନ୍ନତା ରହିଛି । ଆଉ ତାଙ୍କ ଅଭିନୀତ ଫିଲ୍ମ “ଜଙ୍ଗଲୀ” ବି ସେସମୟରେ ଖୁବ ହିଟ ହୋଇଥିଲା । ଏହାର ଏକ ସିନରେ ସମ୍ମି ପିନ୍ଧିଥିବା ଏକ ସ୍କ୍ରାପ ସେସମୟରେ ୧.୫୬ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା ।

ପ୍ରିୟଙ୍କା ଚୋପ୍ରା:

ଏମିତିରେ ପ୍ରିୟଙ୍କା ଏବେ ବିଶ୍ୱରେ ଏକ ଜଣାଶୁଣା ନାଁ ପାଲଟି ଗଲେଣି । ଆଜିକା ସମୟରେ ଉଭୟ ବଲିଉଡ ଓ ହଲିଉଡରେ ଯେମିତି ଏକ ପ୍ରକାର ରାଜ କରୁଛନ୍ତି ପ୍ରିୟଙ୍କା । ଏମିତିରେ ପ୍ରିୟଙ୍କା ଏବେ ୟୁନିସେଫ ସହିତ କାମ କରୁଛନ୍ତି । ଝିଅ ମାନଙ୍କ ସୁରକ୍ଷା ନେଇ ଚଲାଯାଇଥିବା ଏକ କ୍ୟାମ୍ପେନ ପାଇଁ ପ୍ରିୟଙ୍କା ନିଜର ଏକ ହିଲକୁ ୨.୫ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ | ଆଉ ଏହି ଅର୍ଥରାଶିକୁ ଦାନ ଆକାରରେ ଦେଇଥିଲେ ।

ସଲ୍ମାନ ଖାଁ:

“ମୁଝସେ ସାଦୀ କରୋଗେ” ମୁଭିରେ ସଲ୍ମାନଙ୍କ ଗୀତ “ଜଵାନୀ ଫିର ନା ଆୟେ” ଗୀତରେ ଭାଇଯାନ ପିନ୍ଧିଥିବା ଟାୱେଲ ୧.୪୨ ଲକ୍ଷ ଟଙ୍କାରେ ନିଲାମ ଧରାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.