ସତରେ କ’ଣ ଏଥରକ ଅଧଘଣ୍ଟାଏ ପାଇଁ ପ୍ରସାରିତ ହେବ ବିଗ୍‌ବସ୍‌-୧୪! ଶୋ’ ବିଷୟରେ ପୂରା ସୂଚନା ଦେଲା ଚ୍ୟାନେଲ

ବିଗ୍‌ବସ୍‌ ୧୪ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଅଛି। ଶୋ’ର ପ୍ରସାରଣକୁ ଫ୍ୟାନ୍‌ ଫଲୋୟର୍ସ ଖୁବ୍‌ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଚଳିତଥର ସଲମାନ୍‌ ଖାନ୍‌ ହିଁ ଶୋ’ ହୋଷ୍ଟ କରିବେ। ଇତି ମଧ୍ୟରେ ଶୋ’କୁ ନେଇ ଏକ ଖବର ସାମ୍ନାକୁ ଆସିଛି। କୁହାଯାଉଛି ବିଗ୍‌ବସ୍‌ ୧୪ର ପ୍ରସାରଣ ଅଧ ଘଣ୍ଟା ପାଇଁ ହେବ। ତେବେ ଏନେଇ ଚ୍ୟାନେଲ ତରଫରୁ ଏକ ବୟାନ ଜାରି କରି ସତ କ’ଣ କୁହାଯାଇଛି।

କଲର୍ସ ଚ୍ୟାନେଲ ତରଫରୁ ଏହି ଖବରକୁ ଖଣ୍ଡନ କରାଯାଇଛି। ଶୋ’ର ପ୍ରସାରଣ ଅଧଘଣ୍ଟା ନୁହେଁ ବରଂ ଏକ ଘଣ୍ଟା ହିଁ ହେବ। ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ବିଗ୍‌ବସ୍‌ର ପ୍ରସାରଣ ରାତି ୧୦.୩୦ରୁ ୧୧.୩୦ ଯାଏଁ ହେବ। ସେହିଭଳି ଶନି ଓ ରବିବାର ଏହା ୯ଟାରେ ପ୍ରସାରିତ ହେବ। ଅକ୍ଟୋବର ୩ରୁ ଶୋ’ ଆରମ୍ଭ ହେବ ବୋଲି ଚ୍ୟାନେଲ ତରଫରୁ କୁହାଯାଇଛି।

bb2

ସୂଚନାଯୋଗ୍ୟ ଯେ ଚଳିତଥରର ସିଜନ୍‌ ବାକି ଅନ୍ୟ ସିଜନ୍‌ଠାରୁ ଭିନ୍ନ ରହିବ। ଏଥରକ ଟିଭି ପୂର୍ବରୁ ଦର୍ଶକ ମୋବାଇଲରେ ତାଜା ଏପିସୋଡ୍‌ ଦେଖିପାରିବେ। ଏଥିପାଇଁ ଗ୍ରାହକଙ୍କୁ ଆଉ ରାତି ୯ଟାକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ପ୍ରତିଦିନ ଦର୍ଶକ ଆଗୁଆ ଶୋ’ର ମଜା ନେଇପାରିବେ। ସେହିଭଳି ଏଥରକ ପ୍ରତିଯୋଗୀ ଘରେ ରହି ମଧ୍ୟ ମଲରୁ ସପିଂ ଓ ହଲରେ ଫିଲ୍ମ ଦେଖିବାର ମଜା ଉଠାଇପାରିବେ।