Xiaomi ଲଞ୍ଚ କଲା ସ୍ମାର୍ଟଓ୍ଵାଚ Mi Revolve, ଜାଣନ୍ତୁ କ’ଣ ରହିଛି ଦାମ୍‌ ଏବଂ ଫିଚର୍ସ

ସାଓମୀ ଭାରତରେ ସ୍ମାର୍ଟଓ୍ଵାଚ Mi Watch Revolve ଲଞ୍ଚ କରିଛି। ଏହି ସ୍ମାର୍ଟଓ୍ଵାଚର ମୂଲ୍ୟ ୯,୯୯୯ ଟଙ୍କା ରଖାଯାଇଛି। ଏହାର ୧୧୦ରୁ ଅଧିକ ଭେରାଟର ରହିଛି। ଏହି ସ୍ମାର୍ଟଓ୍ଵାଚରେ ୧୪ ଦିନର ବ୍ୟାଟେରୀ ବ୍ୟାକଅପ ରହିଛି ବୋଲି କମ୍ପାନୀ ଦାବି କରିଛି। ଏଥିରେ 5ATM ଓ୍ଵାଟର ରେଜିଷ୍ଟାଣ୍ଟ ପାଓ୍ଵର ରହିଛି। ଫିଟନେସ ଏବଂ ସ୍ପୋଟର୍ସ ପାଇଁ ୧୦ଟି ପ୍ରଫେସନାଲ ସ୍ପୋଟର୍ସ ମୋଡ ରହିଛି।

Mi Watch Revolve କୁXiaomi Wear app ଜରିଆରେ ସ୍ମାର୍ଟଫୋନ ସହିତ କନେକ୍ଟ କରିପାରିବେ। ଏହାର ସପୋର୍ଟ ଆଇଫୋନ ଏବଂ ଆଣ୍ଡ୍ରଏଡ ଦୁଇଟିଯାକ ଫୋନରେ ମିଳିବ। ଏହି ସ୍ମାର୍ଟଓ୍ଵାଚରେ AMOLED ଡିସପ୍ଲେ ସହିତ ଅଲେଓ୍ଵଜ ଅପ୍‌ ସପୋର୍ଟ ମଧ୍ୟ ରହିଥାଏ।

mi watch

ଫିଟନେସ ପାଇଁ ଏଥିରେ ଟ୍ରେକିଂ, ଟ୍ରେଡମିଲ୍‌, ଓ୍ଵାକିଂ, ପୁଲ ସୁମିଂ, ଟ୍ରେଲ ରନିଂ, ଆଉଟଡୋର ସାଇକେଲିଂ ଏବଂ ଆଉଟଡୋର ରନିଂ ମୋଡସ ରହିଛି। ଏହାଛଡା ଏଥିରେ ହାର୍ଟରେଡ ସେନସର, ଷ୍ଟ୍ରେସ ମ୍ୟାନେଜମେଣ୍ଟ ଏବଂ ବଡି ଏନର୍ଜି ଭଳି ଫିଚର୍ସ ରହିଛି।

https://www.facebook.com/XiaomiIndia/posts/2720425681505319

ଏହି ଓ୍ଵାଚର ଫେମ ମେଟାଲ ଭାବେ ଡିଜାଇନ କରାଯାଇଛି। ଭାରତରେ ୪୬ଏମଏ୍‌ ଷ୍ଟେନଲେସ ଷ୍ଟିଲ ଫ୍ରେମ ସହିତ ଉପଲବ୍ଧ। ଡିସପ୍ଲେ ପ୍ରୋଟେକ୍ସନ ପାଇଁ ଏଥିରେ ଗୋରିଲା ଗ୍ଲାସ ୩ ଦିଆଯାଇଛି। ଏହି ସ୍ମାର୍ଟଓ୍ଵାଚରେ େଓ୍ଵରଲେସ ଚାର୍ଜିଂ ସପୋର୍ଟ ନାହିଁ। ଏଥିରେ ଚାର୍ଜି ଡାର୍କ ଦିଆଯାଇଛି, ଯାହାକୁ ଆପଣ କନେକ୍ଟ କରି ଏହାକୁ ଚାର୍ଜ କରିପାରିବେ। ଏହାର ବିକ୍ରି ଅକ୍ଟୋବର ୬ ତାରିଖରେ ଆରମ୍ଭ ହେବ।