Below header

ସମଲିଙ୍ଗୀ ସମ୍ପର୍କ, ନାବାଳିକାକୁ ଅପହରଣ କରି ଯୁବତୀ ଗିରଫ

କଳାହାଣ୍ଡି : ସମଲିଙ୍ଗୀ ସମ୍ପର୍କକୁ ନେଇ ଜଣେ ଯୁବତୀ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅଞ୍ଚଳର ଅନ୍ୟ ଜଣେ ନାବାଳିକାକୁ ଅପହରଣ କରି ଗିରଫ ହୋଇଥିବା ଘଟଣା ଏବେ ସେହି ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଗତ ୧୭ ତାରିଖ ଦିନ ନାବାଳିକାଙ୍କ ବାପା ତାଙ୍କ ଝିଅକୁ କିଏ ଅପହରଣ କରି ନେଇଛି ବୋଲି ଧର୍ମଗଡ଼ ଥାନାରେ ଅଭିଯୋଗ କଲା ପରେ ପୋଲିସ ନାବାଳିକାର ମୋବାଇଲ ଟ୍ରାକିଙ୍ଗ କରିଥିଲା ।

କଳାହାଣ୍ଡି ସାଇବର ସେଲ ଏହି ଘଟଣା ଉପରେ ଅନୁସନ୍ଧାନ କରିବା ପରେ ଏହି ନାବାଳିକା ଜଣକ ପଶ୍ଚିମବଙ୍ଗରେ ରହିଥିବା ଜଣା ପଡିଥିଲା । ନାବାଳିକାକୁ ଉଦ୍ଧାର କରିବା ପାଇଁ ଧର୍ମଗଡ଼ ପୋଲିସର ଏକ ଟିମ ପଶ୍ଚିମବଙ୍ଗ ଯାଇ ନାବାଳିକା ଓ ଉକ୍ତ ଯୁବତୀକୁ ଉଦ୍ଧାର କରିଥିଲା ଏବଂ ପୋଲିସର ତଦନ୍ତ ପରେ ସମଲିଙ୍ଗୀ ସମ୍ପର୍କ ଯୋଗୁଁ ଏହି ଘଟଣା ଘଟିଥିବା ପୋଲିସ ଏବଂ ଯୁବତୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.