ସାଇଲେଣ୍ଟ ହାର୍ଟଆଟାକ୍ କ’ଣ ? ଜାଣନ୍ତୁ ଏହା ସହିତ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ କଥା

ଆଜି ହେଉଛି ଓ୍ଵାର୍ଲ୍ଡ ର୍ହାଟ ଡେ। ଲୋକଙ୍କ ହୃଦୟ ସହ ଜଡିତ ସମସ୍ତ ରୋଗର ସଚେତନତା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୨୯କୁ ଓ୍ଵାର୍ଲ୍ଡ ର୍ହାଟ ଡେ ରୂପରେ ପାଳନ କରାଯାଏ ।ପ୍ରତିବର୍ଷ ଏହି ହାର୍ଟ ଆଟାକ କାରଣରୁ ବିଶ୍ୱରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥାଏ। ଆଜି ଏହି ଦିବସ ଉପଲକ୍ଷେ ଆମେ ହୃଦୟ ସହ ଜଡିତ ସବୁଠାରୁ ଭୟଙ୍କର ରୋଗ ସାଇଲେଣ୍ଟ ହାର୍ଟ ଆଟାକ ଏବଂ ତାହାର ସଚେତନତା ବିଷୟରେ ଜାଣିବା ।
ସାଇଲେଣ୍ଟ ହାର୍ଟ ଆଟାକ:
ରକ୍ତ ଜମାଟ ବାନ୍ଧିବା ହେତୁ ରକ୍ତ ହୃଦୟ ପର୍ଯ୍ୟନ୍ତ ପହଞ୍ଚି ପାରେ ନାହିଁ ଯାହା ଫଳରେ ଛାତିରେ ବେଳେ ବେଳେ ପ୍ରବଳ ଯନ୍ତ୍ରଣା ହୋଇଥାଏ। ଏହା ଲୋକଙ୍କୁ ନୀରବତାର ସହିତ ଶିକାର କରିଥିବାରୁ ଏହାକୁ ସାଇଲେଣ୍ଟ ହାର୍ଟ ଆଟାକ କୁହାଯାଏ । ଏହି ହାର୍ଟ ଆର୍ଟାକର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଏହାର ଧାରଣା ନଥିବାରୁ ଠିକ୍ ସମୟରେ ଏହାର ଚିକିତ୍ସା କରିପାରିନଥାନ୍ତି ତେଣୁ ସାଇଲେଣ୍ଟ ହାର୍ଟ ଆଟାକକୁ ସବୁଠାରୁ ଭୟଙ୍କର ବୋଲି କୁହାଯାଏ । ସାଇଲେଣ୍ଟ ହାର୍ଟ ଆଟାକ ହୋଇଥିବା ବ୍ୟକ୍ତିଙ୍କର ହୃଦୟରେ ଯନ୍ତ୍ରଣା ଖୁବ କମ୍ ବା ବେଳେବେଳେ ହୋଇଥିବାରୁ ଏହାକୁ ଲୋକେ ;ପେଟରେ ହେଉଥିବା ଗ୍ୟାସ ଜନିତ ଅସୁବିଧା ଭାବି ଅଣଦେଖା କରିଦେଇଥାନ୍ତି ।
ମାତ୍ରାଧିକ ଲୋକଙ୍କୁ ନିଜର ଶିକାର କରିଥାଏ ସାଇଲେଣ୍ଟ ହାର୍ଟ ଆଟାକ:
ବିଶ୍ୱରେ ହାର୍ଟ ଆଟାକ କାରଣରୁ ମୃତ୍ୟୁ ହେଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ୁ୪୫% ପ୍ରତିଶତ ମୃତ୍ୟୁ ସାଇଲେଣ୍ଟ ହାର୍ଟ ଆଟାକ କାରଣରୁ ହୋଇଥାଏ।
ସାଇଲେଣ୍ଟ ହାର୍ଟ ଆଟାକର ଲକ୍ଷଣ:
ଏହି ରୋଗରେ ହୃଦୟ ବ୍ୟତୀତ ମାଢି, ବେକ,ପେଟ କିମ୍ବା ପିଠିରେ ମଧ୍ୟ ଯନ୍ତ୍ରଣା ଅନୁଭୁତ ହୁଏ । ଏହା ସହିତ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେବା ସହ ଦୁର୍ବଳ ମଧ୍ୟ ଅନୁଭୁତ ହୋଇଥାଏ। ଏହି ରୋଗ ହେଲେ ରୋଗୀଙ୍କୁ ବାନ୍ତି, ମୁଣ୍ଡ ବ୍ୟଥା,ଅଧିକ ଝାଳହେବା ସହ ମନ ବିଚଳିତ ହୋଇଥାଏ। ହୃଦୟରେ ଖୁବ ଜୋର ଯନ୍ତ୍ରଣା ହୋଉନଥିବାରୁ ଲୋକ ଏହାକୁ ହୃଦୟ ରୋଗ ବୋଲି ଜାଣିପାରନ୍ତି ନାହିଁ ।
ଶୀତ ମାସରେ ଆତଙ୍କର ଅଧିକ ଭୟ:
ଶୀତରେ ଶରୀରର ତାପମାତ୍ରାକୁ ସଠିକ ରଖିବା ପାଇଁ ହୃଦୟକୁ ଦ୍ୱିଗୁଣ ପରିଶ୍ରମ କରିବାକୁ ପଡିଥାଏ ଯାହା ଫଳରେ ରକ୍ତଚାପ ବଢିଥାଏ ଓ ରକ୍ତରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ ଦେଖାଯାଇଥାଏ । ସେହିପରି ଶୀତ କାରଣରୁ ରକ୍ତକଣିକା ଗୁଡିକ ମଉଳି ଯାଇଥାଏ ଫଳରେ ରକ୍ତ ପ୍ରବାହ ସଙ୍କୁଚିତ ହୋଇ ହାର୍ଟ ଆଟାକର କାରଣ ହୋଇଥାଏ । ତେବେ ହୃଦୟରେ ଅକ୍ସିଜେନର ଆବଶ୍ୟକତା, ଶରିିରର ତାପମାତ୍ରା ଅସାମାନ୍ୟ ଭାବରେ କମ୍ ହେବା, ଛାତିରେ ସଂକ୍ରମଣ ସୃଷ୍ଟି କରୁଥିବା ବାୟୁ ପ୍ରଦୂଷଣ ହାର୍ଟ ଆଟାକର ମାମଲା ବଢିବାର କାରଣ ହୋଇପାରେ । ଏହି ସାଇଲେଣ୍ଟ ହାର୍ଟ ଆଟାକ ଏତେ ଭୟଙ୍କର ଯେ ଏହା ବୟସ୍କ ବ୍ୟକ୍ତିଙ୍କୁ ହେଲେ ସେ ହୃଦୟ ଯନ୍ତ୍ରଣା ଅନୁଭବ କଲେ ଅନ୍ୟ କାହାକୁ ସାହାଯ୍ୟ ପାଇଁ ଡାକିବାରେ ମଧ୍ୟ ସକ୍ଷମ ହୋଇନଥାନ୍ତି ।
ଅସାବଧାନତା ବିପଦରେ ପକାଇପାରେ:
ସାାରଣତଃ ଲୋକେ ଛାତିର ଯନ୍ତ୍ରଣାକୁ ହିଁ ସାଇଲେଣ୍ଟ ହାର୍ଟ ଆଟାକ ଭାବି ନେଇଥାନ୍ତି । ଏପରି ନକରି ଲୋକଙ୍କୁ ସମସ୍ତ ଲକ୍ଷଣ ପ୍ରତି ଧ୍ୟାନ ଦେବା ଉଚିତ୍ ଓ କୌଣସି ଯନ୍ତ୍ରଣା ଅନୁଭୂତ ହେଲେ ତୁରନ୍ତ ଡାକ୍ତରଙ୍କ ପରାର୍ମଶ ନେବା ଆବଶ୍ୟକ ।
ଏହି ସଚେତନ ଉପାୟ ଅବଲମ୍ବନ କରନ୍ତୁ :
ଶୀତରେ ବ୍ଲଡ ପ୍ରେସର ବଢିଥାଏ ଯାହା ଫଳରେ ଏହା ସିଧାସଳଖ ହୃଦୟ ଉପରେ ପ୍ରଭାବ ପକାଇଥାଏ , ଏହି କାରଣରୁ ଶରୀରକୁ ଶୀତ ଦାଉରୁ ରକ୍ଷାକରି ଖରାରେ ବୁଲିବା ଉଚିତ ଯାହା ଶରୀରକୁ ଭିଟାମିନ ଡି ଯୋଗାଇଥାଏ । ଘରେ ରହି ପ୍ରାଣାୟମ ସାଙ୍ଗକୁ ବ୍ୟାୟାମ କରିବା ସହିତ ମଝିରେ ମଝିରେ ନିଜ ବ୍ଲଡ ପ୍ରେସର ଚେକ୍ କରିନେବା ଉଚିତ୍ । ଅଧିକ ତେଲ ମସଲା ଖାଇବା ନଖାଇ ସାଧା ସରଳ ଖାଇବା ଖାଇବା ଆବଶ୍ୟକ ।ଏହା ସହିତ ଯେତେ ସମ୍ଭବ ବାୟୁ ପ୍ରଦୂଷଣରୁ ନିଜକୁ ରକ୍ଷା କରନ୍ତୁ ।