Doodle କରି ଜୋହରା ସହଗଲଙ୍କୁ ମନେ ପକାଇଲା Google, ‘କାନ୍ସ ଫିଲ୍ମ ଫେଷ୍ଟିଭାଲ’ରେ ଆଜିର ଦିନରେ ମିଳିଥିଲା ଏହି ସମ୍ମାନ

ଭାରତୀୟ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ଜୋହରା ସହଗଲଙ୍କୁ ଆଜି ଗୁଗଲ ଡୁଡଲ(Doodle) କରି ମନେ ପକାଇଛି। ଗୁଗଲ ‘Celebrating Zohra Segal’ ଶୀର୍ଷକରେ ଡୁଡଲ କରିଛି। ଜୋହରା ସହଗଲ ପ୍ରଥମ ଭାରତୀୟ ଅଭିନେତ୍ରୀ ଥିଲେ, ଯାହାଙ୍କୁ ଅନ୍ତର୍ଜାତୀୟ ସ୍ତରରେ ପରିଚୟ ମିଳିଥିଲା। ଆଜିର ଦିନରେ ତାଙ୍କ ଫିଲ୍ମ ‘ନୀଚା ନଗର’ ୧୯୪୬ରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ରିଲିଜ ହୋଇଥିଲା। ଏହି ଫିଲ୍ମ କାନ୍ସର ସବୁଠାରୁ ବଡ଼ ଆୱାର୍ଡ ‘Palme d’Or’ ଜିତିଥିଲା। ଜୋହରା ସହଗଲଙ୍କ ଏହି ଡୁଡଲ ବହୁତ କମାଲର ହୋଇଛି।

ii

ସାହିବଜାଦୀ ଜୋହରା ସହଗଲ ମୁମତାଜ ଉଲ୍ଲା ଖାନଙ୍କ ଜନ୍ମ ୧୯୧୨, ଏପ୍ରିଲ ୨୭ରେ ଉତ୍ତର ପ୍ରଦେଶର ସହାରନପୁରରେ ହୋଇଥିଲା। ସେ ନିଜ ପାଠପଢା ଜର୍ମାନୀରେ ପୂରା କରିଥିଲେ। ଏହାପରେ ଭାରତୀୟ ନୃତ୍ୟ କଳାକାର ଉଦୟ ଶଙ୍କରଙ୍କ ସହିତ ଅନ୍ତର୍ଜାତୀୟ ସ୍ତରରେ ଡ୍ୟାନ୍ସ ପାଇଁ ବହୁଥର ବିଦେଶ ଭ୍ରମଣ କରିଥିଲେ।

kg

ଭାରତ ଫେରିବା ପରେ ୧୯୪୫ରେ ଇଣ୍ଡିଆନ ପିପଲସ ଥିଏଟର ଆସୋସିଏସନରେ ଯୋଡ଼ି ହୋଇଥିଲେ। ଭାରତୀୟ ସିନେମାରେ ନିଜର ଯୋଗଦାନ ପାଇଁ ଜୋହରା ୧୯୯୮ରେ ‘ପଦ୍ମଶ୍ରୀ’, ୨୦୦୧ରେ ‘କାଳିଦାସ ସମ୍ମାନ’ ଏବଂ ୨୦୧୦ରେ ‘ପଦ୍ମ ବିଭୂଷଣ’ରେ ସମ୍ମାନିତ ହୋଇଥିଲେ। ୨୦୧୪ ଜୁଲାଇ ୧୦ରେ ଜୋହରା ସହଗଲ ୧୦୨ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।