Below header

ବିବାହ ପରେ ରଣବୀର ସିଂଙ୍କ ଉପରେ ଦୀପିକା ଲଗାଇଛନ୍ତି ଏହି ତିନୋଟି ବ୍ୟାନ୍‌

କେନ୍ୟୁଜ୍ : ବିବାହ ପରେ ରଣବୀର ସିଂ ଉପରେ ଦୀପିକା ଲଗାଇଛନ୍ତି ତିନୋଟି ବ୍ୟାନ୍‌ । ଯାହାର ଖୁଲାସା ନିଜେ ରଣବୀର କରିଛନ୍ତି । ବିଳମ୍ବିତ ରାତି ପର‌୍ୟ୍ୟାନ୍ତ ବାହାରେ ରହିବା , ନଖାଇ ଘରୁ ବାହାରିବା ଓ ଦୀପିକାଙ୍କ କଲ ନଉଠାଇବା ଉପରେ ବ୍ୟାନ ଲାଗିଛି । ଏହି ତିନୋଟି କଥାକୁ ରଣବୀର ବିବାହ ପରେ ଆଦୌ ଭୁଲୁନାହାଁନ୍ତି । ୨୦୧୮ରେ ଦୀପିକାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ରଣବୀର ।

deeppଏହି ବିବାହ ବଲିଉଡ ପାଇଁ ଥିଲା ପୁରା ଖାସ୍‌ । ୨୦୧୮ର ଚର୍ଚ୍ଚିତ ବିବାହ ମଧ୍ୟରୁ ଏହା ଅନ୍ୟତମ । ଏବେ ରଣବୀର ସିଂଙ୍କ ଅଭିନୀତ ସିମ୍ବା ବକ୍ସଅଫିସରେ ଧମାଲ ମଚାଉଛି । ୨୨୫କୋଟିରୁ ଅଧିକ ଆୟ କରିଛି ଫିଲ୍ମ । ଆଗକୁ ରଣବୀରଙ୍କ ଅଭିନୀତ ଗଲିବୟ ରିଲିଜ ହେବ । ଏହାର ଟ୍ରେଲର ଓ ଗୀତ ପୂର୍ବରୁ ସୋସିଆଲ ମିଡିଆରେ ରିିଲିଜ ହୋଇସାରିଛି । ଏବେ ଗଲିବୟର ପ୍ରମୋସନରେ ବ୍ୟସ୍ତ ଅଛନ୍ତି ସେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.